ବୋର୍ଡ ୱେବସାଇଟ୍ରେ ଦଶମ ଶ୍ରେଣୀର ନୂଆ ପାଠ୍ୟକ୍ରମ
କଟକ(ଓଟି): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦଶମ ଶ୍ରେଣୀର ପରିବର୍ତ୍ତିତ ପାଠ୍ୟକ୍ରମ ପ୍ରକାଶ ପାଇଛି। ବୋର୍ଡର ୱେବସାଇଟ୍ରେ ଏହି ବିବରଣୀ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବୋର୍ଡର ୱେବ୍ସାଇଟ୍ www.bseodisha.nic.inରୁ ନୂତନ ପାଠ୍ୟକ୍ରମ ଡାଉନ୍ଲୋଡ୍ କରିପାରିବେ ବୋଲି ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଦଶମ ଶ୍ରେଣୀର ୮ଟି ବହିର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି ଏବଂ ସେ ସମ୍ପର୍କିତ ତଥ୍ୟ ୱେବ୍ସାଇଟରେ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଦଶମ ଶ୍ରେଣୀର ମୋଟ୍ ୧୪ଟି ବହି ମଧ୍ୟରୁ ସାହିତ୍ୟ ସିନ୍ଧୁ, ସ୍କିଲ୍ ଅଫ୍ କମ୍ୟୁନିକେଟିଭ୍ ଇଂରାଜୀ, ମାଧ୍ୟମିକ ବୀଜଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ଆଦି ୮ଟି ବହିର କିଛି ବିଷୟକୁ ବାଦ୍ ଦିଆଯାଇ ନୂଆ ସ୍ଥାନିତ କରାଯାଇଛି।