#IndiaFightsWithCorona: ଅନ୍ୟ ଦେଶ ସହ ଆଲୋଚନା କଲେ ମୋଦୀ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ସବୁ ଦେଶ ନିଜ ନିଜ ପ୍ରୟାସ ଜାରି ରଖିଛନ୍ତି। ଏଥିସହ ଅନେକ ଦେଶ ପରସ୍ପର ମଧ୍ୟରେ ସହଯୋଗ ପାଇଁ ଉଦ୍ୟମ କରୁଛନ୍ତି। ଠିକ୍ ସେହିପରି କରୋନା ମୁକାବିଲା ପାଇଁ ଭୁଟାନ ଓ ଜୋର୍ଡାନ ପ୍ରତିପକ୍ଷଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଭାରତର ଏହି ଦୁଇଟି ସହଯୋଗୀ ଦେଶରେ କରୋନା ମୁକାବିଲା କିପରି ଚାଲିଛି ସେ ନେଇ କଥାବର୍ତ୍ତା ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି।
ସୂଚନା ଅନୁସାରେ, ଭୁଟାନ ପ୍ରଧାନମନ୍ତ୍ରୀ ଡ. ଲୋଟେ ସେରିଂଙ୍କ ସହ କୋଭିଡ-୧୯ ସ୍ଥିତି ସମ୍ବନ୍ଧରେ ଆଲୋଚନା କରାଯାଇଛି । ତାଙ୍କ ସରକାର ଓ ଲିଓଚେନ୍ ଭୁଟାନରେ କରୋନା ମୁକାବିଲା ଦୃଢ଼ ଭାବେ କରାଯାଉଛି। ଭାରତ ଏହି ଦେଶ ସହ ସଦାବେଳେ ରହିଛି ଏହି ସଙ୍କଟର ମୁକାବିଲା କରିବା ପାଇଁ ମିଳିତ ଭାବେ ସହଯୋଗ ପାଇଁ ପ୍ରସ୍ତୁତ ରହିଛି ବୋଲି କୁହାଯାଇଛି। ସେହିପରି ଜୋର୍ଡାନ ମୁଖ୍ୟ କିଙ୍ଗ୍ ଅବଦୁଲ୍ଲାଙ୍କ ସହ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି। କରୋନା ଲଢ଼େଇରେ ଭାରତ ଓ ଜୋର୍ଡାନ ମିଳିତ ଭାବେ ପରସ୍ପରକୁ ସମର୍ଥନ କରିବେ ବୋଲି ମୋଦୀ କହିଛନ୍ତି।