ପ୍ରସ୍ତୁତ ହେଉଛି ଝାରସୁଗୁଡ଼ା #କୋଭିଡ୍ ହସ୍ପିଟାଲ୍

ଭୁବନେଶ୍ଵର,ଝାରସୁଗୁଡ଼ା(ଓଟି): ଖୁବ୍‌ଶୀଘ୍ର ରାଜ୍ୟରେ ଆଉ ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ ସେବା ଯୋଗାଇବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ୧୦ ଦିନ ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି କୁହାଯାଉଛି। ତାହା ହେଉଛି ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲ। ମଙ୍ଗଳ ବଜାରଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ପୁରାତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ହାଇଟେକ ହସ୍ପିଟାଲ ସହ ଏମଓୟୁ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ଖଣିଜ ପାଣ୍ଠି ଓ ବେଦାନ୍ତ ସହାୟତାରେ ହେବାକୁ ଥିବା କୋଭିଡ ହସ୍ପିଟାଲରେ ସମସ୍ତ ଆନୁଷଙ୍ଗିକ ଯନ୍ତ୍ରାଂଶ ସହ ୧୦ଟି ଆଇସିୟୁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଗତ ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ସରୋଜ ସାମଲ, ହାଇଟେକ ଗ୍ରୁପର ସିଇଓ ଜ୍ୟୋତିର୍ମୟ ପଣ୍ଡା ଓ ଡିଏମ୍‌ଏଫ୍‌ର ସିଇଓଙ୍କ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇସାରିଛି। ଚୁକ୍ତି ଅନୁସାରେ ହାଇଟେକ ଗ୍ରୁପ ପକ୍ଷରୁ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯିବ। ଜିଲ୍ଲାବାସୀଙ୍କ ସୁବିଧାରେ ହସ୍ପିଟାଲ୍‌ ଉପଲବ୍ଧ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *