ବମିଖାଲରୁ ପୁଣିଜଣେ କରୋନା ରୋଗୀ: ସମୁଦାୟ ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ ଦ୍ଵାରା ସିଲ୍‌ କରାଯାଇଥିବା ବମିଖାଲ୍‌ ତଥା ରାଜ୍ୟର ସବୁଠାରୁ ବଡ଼ କରୋନା ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୫ ବର୍ଷ। ଯେଉଁ ପରିବାରରୁ ୧୪ ଜଣଙ୍କୁ ପ୍ରଥମେ ଚିହ୍ନଟ କରାଯାଇଥିଲା ସେମାନଙ୍କ ସସ୍ପର୍ଶରେ ଏହି ରୋଗୀ ଆସିଥିବା ସରକାରଙ୍କ କୋଭିଡ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବ୍ୟକ୍ତିଙ୍କୁ ସରକାରୀ ଆଇସୋରଲେସନ୍‌ ଭିତରେ ରଖାଯାଇଥିଲା କି ସେ ଏହି ଅଞ୍ଚଳରେ ଥିଲେ ତାହା ସ୍ପଷ୍ଟ କରାଯାଇ ନାହିଁ।

ଏହି ନୂଅର ପଜିଟିଭ୍‌ ସୂଚନା ଦ୍ଵାରା ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଜଣଙ୍କ ମୃତ୍ୟୁ ହୋଇଇଛଇ ବୋଲି କୋଭିଡ୍‌ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ଅର୍ଥାତ୍‌ ଏବେ ୪୧ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଭିତରୁ ଦୁଇଜଣ ଭେଣ୍ଟିଲେଟରରେ ଥିବା କଥା ପୂର୍ବରୁ ସୂଚନା ଦିଆଯାଇଥିଲା। ଏଯାଏ ରାଜ୍ୟରେ ସମୁଦାୟ ୪୧୭୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ଏବେ ପଜିଟିଭ୍‌ ଅନୁପାତ ୧.୩ ରହିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *