ଆସୁଛନ୍ତି ସମାଇରା…

ମୁମ୍ବାଇ(ଓଟି): ବଲିଉଡ୍‌ରେ ବିଗତ ଦିନର ସୁପର୍‌ ଷ୍ଟାର୍‌ମାନଙ୍କ କିଡ୍ ସମ୍ପ୍ରତି ରାଜ୍‌ କରୁଥିବା ନୂଆକଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ-ଝିଅ ଫିଲ୍ମ ଲାଇନ୍‌କୁ ପ୍ରବେଶ କରିସାରିଲେଣି। ସେମାନଙ୍କ ମଧ୍ୟରେ କିଏ ପ୍ରଥମରୁ କମାଲ୍‌ କରି ଦେଖାଇଛନ୍ତି ତ ଆଉକିଏ ଭାଗ୍ୟ ସାଉଁଟୁଛନ୍ତି। ଏହିକ୍ରମରେ ବିଗତ ଦିନର ଚର୍ଚ୍ଚିତ ନାୟିକା କରିସ୍ମା କପୁରଙ୍କ ଝିଅ ଫିଲ୍ମରେ ପ୍ରବେଶ କରିବାକୁ ସଜବାଜ ହୋଇସାରିଲେଣି। ନାଁ ତାଙ୍କର ସମାଇରା। ଖୁବ୍‌ଶୀଘ୍ର ଏଣ୍ଟ୍ରି କରିବେ ବୋଲି ଆଲୋଚନା ସରଗରମ ହୋଇଗଲାଣି। ତେବେ କରୋନା ଆତଙ୍କ ଆଉ ଲକ୍‌ଡାଉନ୍‌ ଯୋଗୁଁ ସବୁ ଗଡ଼ବଡ଼ ହୋଇଥିବା ଆଲୋଚକମାନେ କହୁଛନ୍ତି।

ସୂଚନା ଅନୁସାରେ ସମାଇରା ସମ୍ପ୍ରତି ଅଭିନୟ ଶିକ୍ଷା କରୁଛନ୍ତି। ଫିଲ୍ମରେ ଏଣ୍ଟ୍ରି ମାରିବେ ବୋଲି ଚର୍ଚ୍ଚା ଜୋର ଧରିଥିବାବେଳେ ମା କରିସ୍ମା କିନ୍ତୁ କିଛି ସ୍ପଷ୍ଟ କରିନାହାନ୍ତି। ଝିଅ ଛୋଟ ଅଛି ଓ ସେ ସ୍କୁଲରେ ପଢୁଥିବାବେଳେ ଫିଲ୍ମ ଡେବ୍ୟୁ କରିବାର ଯୋଜନା ହୋଇନି ବୋଲି କରିସ୍ମା କହିଛନ୍ତି। ସେହିପରି ଫିଲ୍ମରେ ଅଭିନୟ କରିବ ନାଁ ନାହିଁ ତାହା ଝିଅ ଉପରେ ନିର୍ଭର କରେ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.