#ଲକ୍ଡାଉନ୍: ଅଫର୍ ଦେଲା ବିଏସ୍ଏନ୍ଏଲ୍
ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ସେହିପରି କର୍ମଜୀବୀ ବ୍ୟକ୍ତିବିଶେଷ ଘରେ ବସି କାମ କରୁଛନ୍ତି। ଫଳରେ ଇଣ୍ଟର୍ନେଟ୍ର ବ୍ୟବହାର ବଢ଼ିଯାଇଛି। ଏଥିପାଇଁ ବିଭିନ୍ନ ଟେଲିକମ୍ କମ୍ପାନୀକୁ ସୁବିଧା ଯୋଗାଇବା ପାଇଁ TRAI ପକ୍ଷରୁ କୁହାଯାଇଥିଲା। ଏହିକ୍ରମରେ କମ୍ପାନୀମାନେ କିଛି କିଛି ସୁବିଧା ଘୋଷଣା କରୁଛନ୍ତି। ଏହିକ୍ରମରେ ବିଏସ୍ଏନ୍ଏଲ୍ ବଢ଼ିଆ ସୁବିଧା ଯୋଗାଇଛି।
ସୂଚନା ଅନୁସାରେ ବିଏସ୍ଏନ୍ଏଲ୍ର ନୂଆ ଘୋଷିତ ପ୍ଲାନ୍ ଅନୁସାରେ ଘରେ ବସି କାମ କରୁଥିବା ଲୋକଙ୍କୁ ବିଶେଷ ସୁବିଧା ମିଳିବ। ଉକ୍ତ ପ୍ଲାନରେ ମାଗଣା ଇଣ୍ଟରନେଟ୍ ଡାଟା ପ୍ରଦାନ କରୁଛି କମ୍ପାନୀ। ଗ୍ରାହକମାନଙ୍କୁ କମ୍ପାନୀର ୱାର୍କ ଫର୍ମ ହୋମ୍ ପ୍ଲାନରେ କିଛି ମଧ୍ୟ ଚାର୍ଜ ଦେବାକୁ ହେବନାହିଁ। ତେବେ ପ୍ଲାନର ଫାଇଦା କେବଳ ଲ୍ୟାଣ୍ଡଲାଇନ୍ ସଂଯୋଗ କରୁଥିବା ଉପଭୋକ୍ତାମାନେ ପାଇବେ। ଏଥିରେ ଗ୍ରହକଙ୍କୁ ପ୍ରତିଦିନ ମାଗଣାରେ ୫ ଜିବିର ମାଗଣା ଇଣ୍ଟରନେଟ୍ ଡାଟା ଦିଆଯିବ। ସ୍ପିଡ୍ ୧୦ ଏମବିପିଏସ ରହିବ କିନ୍ତୁ ୧୦୦% ଡାଟା ବ୍ୟବହାର ହୋଇଯିବା ପରେ ସ୍ପିଡ୍ ୧ ଏମବିପିଏସକୁ ଖସି ଆସିବ ବୋଲି ଜଣାପଡ଼ିଛି।