#କରୋନା ଆତଙ୍କ: ୫୦ ନଂ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର (ଓଟି): ରାଜ୍ୟରେ ଗତ ଶୁକ୍ରବାର ଚିହ୍ନଟ ହୋଇଥିବା ୫୦ନମ୍ବର କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟୋରୀ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟ ବିଭାଗ। ସୂଚନା ଅନୁସାରେ ସମ୍ପୃକ୍ତ ୨୨ବର୍ଷୀୟ ଯୁବକ ଗତ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ୨୦ମାର୍ଚ୍ଚରୁ ଏପ୍ରିଲ ୧୦ ମଧ୍ୟରେ ୟୁନିଟ-୩, ଷ୍ଟେସନ ଛକ, ସତ୍ୟନଗର ଓ ଝାରପଡ଼ାକୁ ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିଲେ।

ତେବେ ଗତ ୧୦ରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେହି ୧୦ ତାରିଖରେ ତାଙ୍କୁ କିମ୍ସ କୋଭିଡ୍‌-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି।

Leave a Reply

Your email address will not be published. Required fields are marked *