#OdishaFightsCorona: ଜାଣନ୍ତୁ ଭୁବନେଶ୍ଵରର କେଉଁ ଅଞ୍ଚଳ କେତେ ସଂକ୍ରମିତ
ଭୁବନେଶ୍ଵର, (ଓଟି): ରାଜ୍ୟରେ କରୋନା ସଂକ୍ରମଣର ମୁଖ୍ୟ କେନ୍ଦ୍ରସ୍ଥଳ ବା ହଟ ପଏଣ୍ଟ ହୋଇଚି ଭୁବନେଶ୍ଵର। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥବା ତଥ୍ୟ ଅନୁସାରେ ସମୁଦାୟ ୫୪ କରୋନା ରୋଗୀଙ୍କ ଭିତରୁ ଭୁବନେଶ୍ଵରରେ ରହିଛି ୪୧ ନାଁ। ଏହି ୪୧ଜଣଙ୍କ ଭିତରୁ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଏହି ୩୩ ଜଣଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ମିଦିନାପୁର ଅଞ୍ଚଳର। ସ୍ଵାସ୍ଥ୍ୟଗତ ଜରୁରୀ ଅବସ୍ଥା ହେତୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଯେତେବେଳେ ତାଙ୍କ ଦେହରେ କରୋନା ଭୁତାଣୁ ସ୍ପଷ୍ଟ ହୋଇଥିଲା ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଥିଲା।
ଭୁବନେଶ୍ଵରର କେଉଁଠି କେତେ
ଭୁବନେଶ୍ଵରର ୫ଟି ଅଞ୍ଚଳକୁ ସମ୍ବେଦନଶୀଳ ଅଞ୍ଚଳ କହି କୋଭିଡଥ୦୧୯ ନିୟମାବଳୀ ଅନୁସାରେ ସରକାର ସିଲ୍ କରିଥିଲେ। ଏହି ଅଞ୍ଚଳଗୁଡ଼ିକ ହେଉଛି: ସୂର୍ଯ୍ୟନଗର, ସତ୍ୟନଗର, କପିଳପ୍ରସାଦ ଓ ଯଦୁପୁର, ବମିଖାଲ ଏବଂ ୟୁନିଟ୍୪ର କିଛି ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଷଘଶଷଣା କରିଥିଲେ। ଏହାପରେ ଆକ୍ଟିଭ୍ ସର୍ଭିଲାନ୍ସ ଆରମ୍ଭ ହୋଇଥିଲା।
ଭୁବନେଶ୍ଵରର କେଉଁ ଅଞ୍ଚଳ | କେତେ | |
ସମୁଦାୟ | ସୁସ୍ଥ | |
ବମିଖାଲ | ୧୪ | ୦ |
ଝାରପଡ଼ା | ୫ | ୦ |
ବିଜେବି ନଗର | ୧ | ୦ |
ବରଗଡ଼ | ୧ | ୧ |
କପିଳପ୍ରସାଦ | ୧ | ୦ |
ୟୁନିଟ୍୫ | ୨ | ୦ |
ସୂର୍ଯ୍ୟନଗର | ୮ | ୫ |
ୟୁନିଟ୪ | ୩ | ୦ |
ଜିମ୍ଖାନା ହାଇଟ୍ସ | ୧ | ୧ |
ଶହୀଦନଗର | ୧ | ୦ |
ସତ୍ୟନଗର | ୪ | ୦ |
ସମୁଦାୟ | ୪୧ | ୭ |