#କୋଭିଡ୍-୧୯: କୃଷିମନ୍ତ୍ରୀଙ୍କ ଚିନ୍ତା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଭୂତାଣୁ ପାଇଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁକ୍ଷେତ୍ର ଗୁରୁତ୍ଵର ଭାବେ ହେଉଛି ପ୍ରଭାବିତ। ତେବେ ଚାଷ ଓ ଚାଷୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। କୃଷି କ୍ଷେତ୍ର ସହ ସମ୍ପୃକ୍ତ ସମସ୍ତ ସମସ୍ୟା ସମାଧାନ ପ୍ରତି ସେ ଗୁରୁତ୍ଵାରୋପ କରିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ଲକ୍‌ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କେତେକ ସମସ୍ୟା ସୃଷ୍ଟି ହେଉଛି। ତେବେ ସବୁ ସମସ୍ୟା ଦୂର ପାଇଁ ନିରନ୍ତର ପ୍ରୟାସ ଚାଲିଛି। ଜିଲ୍ଲାସ୍ତରରେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଲକ୍‌ଡାଉନ କଟକଣାରୁ କୃଷିକ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଦ୍ ଦେଇଛନ୍ତି ବୋଲି ସେ କହିଛନ୍ତି। ସୁଚାରୁ ରୂପେ ଅମଳ ଟ୍ରାନ୍ସପୋର୍ଟିଂ ପାଇଁ ଧ୍ୟାନ ଦିଆଯାଉଛି କିନ୍ତୁ   କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଲକ୍‌ଡାଉନ୍‌ରେ ମତ୍ସ୍ୟଚାଷକୁ ବାଦ୍ ଦିଆଯାଇଥିବାରୁ ଉକ୍ତ ଗାଇଡ୍‌ ଲାଇନ୍ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.