#କୋଭିଡ୍-୧୯ ଆତଙ୍କ: ୨୪ ଘଣ୍ଟାରେ ଗଲା ୪୦ ପ୍ରାଣ
ନୂଆଦିଲ୍ଲୀ (ଓଟି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ଜନିତ ସମୁଦାୟ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ଘଣ୍ଟାରେ ୪୦ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ଦେଶରେ ଏପର୍ଯ୍ୟନ୍ତ ୭୪୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍-୧୯ ତଥା କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି।
ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ୧ଲକ୍ଷ ୭୮ହଜାର ନମୁନା ପରୀକ୍ଷା କରାଗଲାଣି। ସାରା ଦେଶରେ ୫୮୬ କୋଭିଡ୍-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି। ପ୍ରାୟ ୧ଲକ୍ଷ ବେଡ୍ ଏହି ହସ୍ପିଟାଲଗୁଡ଼ିକରେ ରହିଛି। ରାଜ୍ୟଗୁଡ଼ିକ ସହ ମିଶି କେନ୍ଦ୍ର ସରକାର ଏସବୁ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ ଦେଶରେ ଏପର୍ଯ୍ୟନ୍ତ ୬୪୨ ଜଣ କରୋନାରୁ ମୁକ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି।