#ଲକ୍‌ଡାଉନ୍: ଅଟକିଲା ଅତରଙ୍ଗୀ ରେ…

ଭୁବନେଶ୍ଵର (ଓଟି): ମହାମାରୀ କରୋନା ଭୟ ସମଗ୍ର ଵିଶ୍ଵକୁ ଗ୍ରାସିଛି। ଆଥିର୍କ ସ୍ଥିତି ଭୁଶୁଡ଼ିବା ସହ ସବୁ କ୍ଷେତ୍ର ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମନରୋରଞ୍ଜନ କ୍ଷେତ୍ର ମଧ୍ୟ ଗୁରୁତ୍ଵର ଭାବେ କ୍ଷତିର ସାମ୍ନା କରୁଛି। ହଲିଉଡ୍‌ଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ସବୁଠି ଫିଲ୍ମ ସୁଟିଂ ଓ ରିଲିଜ୍‌ ତାରିଖ ବନ୍ଦ ରହିଛି। ଏହିକ୍ରମରେ ଆନନ୍ଦ ଏଲ୍‌ ରାଏଙ୍କ ନିର୍ଦ୍ଦେଶନାରେ ସୁଟିଂ ହେଉଥିବା ବହୁ ଚର୍ଚ୍ଚିତ ଅତରଙ୍ଗୀ ରେ… ଫିଲ୍ମ ସୁଟିଂ ମଧ୍ୟ ବନ୍ଦ ରହିଛି। ଏନେଇ ଅଭିନେତା ବିଜୟ କୁମାର ମନଊଣା କରିଛନ୍ତି।

ଅଭିନୟ ଜଗତ ସହ ଦୀର୍ଘବର୍ଷ ଧରି ଜଡ଼ିତ ଖ୍ୟତାନାମା ଅଭିନେତା ବିଜୟ କୁମାର କହିଛନ୍ତି ଯେ ସେ ଏହି ସମୟରେ ଫିଲ୍ମ ଅତରଙ୍ଗୀ ସୁଟିଂରେ ବ୍ୟସ୍ତ ରହିଥାନ୍ତେ। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ସବୁ ଗଡ଼ବଡ଼ ହୋଇଗଲା ଏବଂ ସେ ଘରେ ବସିଛନ୍ତି। ଏଥିସହ Zee5 ଅଧିକୃତ ଓ ରଞ୍ଜନ ଚନ୍ଦେଲ୍‌ ନିର୍ଦ୍ଦେଶନାରେ ନିର୍ମିତ ‘ବମ୍‌ଫାଡ୍‌’ ଫିଲ୍ମ ବିଷୟରେ ବିଜୟ ବିଶେଷ ସୂଚନା ଦେଇଛନ୍ତି। ବରିଷ୍ଠ କଳାକାର ପରେଶ ରାୱଲଙ୍କ ପୁଅ ଆଦିତ୍ୟ ରାୱଲ ଓ ଶାଲିନୀ ପାଣ୍ଡେଙ୍କ ଡେବ୍ୟୁ ଫିଲ୍ମ ବମ୍‌ଫାଡ୍‌ରେ ଜଣେ ପ୍ରଭାବଶାଳୀ ରାଜନେତା ଓ ବ୍ୟବସାୟୀ ଭୂମିକା ନିର୍ବାହକରିଥିବାରୁ ବିଜୟ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହାର ସୁଟିଂ ପାଇଁ ଗତ ଫେବ୍ରୁଆରୀରେ ସେ ବାରାଣସୀରେ ଥିବାବେଳେ ଅକ୍ଷୟ କୁମାର, ଧନୁଷ ଓ ସାରା ଅଲି ଖାନ ଅଭିନୟ କରିଥିବା ‘ଅନ୍ତରଙ୍ଗୀ ରେ…’ ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ସାରାଙ୍କ ଅଙ୍କଲ୍‌ ଭୂମିକା ନିର୍ବାହ କରିଥାନ୍ତେ ବିଜୟ। କିନ୍ତୁ ଦୁର୍ବାଭ୍ୟବଶତଃ ଲକ୍‌ଡାଉନ୍‌ ପାଇଁ ସୁଟିଂ ବନ୍ଦ କରିଦିଆଗଲା ବୋଲି ବିଜୟ ମନଊଣା କରିଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି କୋଭିଡ-୧୯ ତଥା କରୋନା ଭାଇରସ୍‌ ଆତଙ୍କ ଲାଗି ଦେଶରେ ଜନଜୀବନ ଚଳାଚଳ ଠପ୍‌ ହୋଇପଡ଼ିଛି। ଜାରି ହୋଇଛି ଲକ୍‌ଡାଉନ୍‌। ଫଳରେ ଏଥିରୁ ବାଦ୍ ପଡ଼ିନାହିଁ ମନୋରଞ୍ଜନ ଦୁନିଆ। ନୂତନ ଫିଲ୍ମର ରିଲିଜ ତାରିଖରେ ମଧ୍ୟ ଝୁଲୁଛି ତାଲା। ତାରକାମାନେ ଘରେ ପରିବାର ସହ ସମୟ ବିତାଉଛନ୍ତି ଏବଂ ମହାମାରୀରୁ ବର୍ତ୍ତିବା ଲାଗି ଲୋକଙ୍କୁ ସଚେତନତା କରାଉଛନ୍ତି। ଏପରି ସମୟରେ ଅନ୍‌ଲାଇନ୍‌ ଫିଲ୍ମ ରିଲିଜ୍‌ ପାଇଁ କେତେକ ସଂସ୍ଥା ପ୍ରୟାସ କରିଛନ୍ତି। ଏହିକ୍ରମରେ ପୂର୍ବରୁ ଫିଲ୍ମ ବମ୍‌ଫାଡ୍‌ର ଟ୍ରେଲର୍‌ ଆସିଯାଇଥିବାବେଳେ ୧୦ ତାରିଖ ରିଲିଜ୍‌ ପାଇଁ କୁହାଯାଇଥିଲା। ସେହିପରି ‘ଅତରଙ୍ଗୀ ରେ’ ସମେତ ଅନେକ ଫିଲ୍ମର ସୁଟିଂ ଓ ରିଲିଜ୍‌ ତାରିଖରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଆଉକେତେକ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଜଣାପଡ଼ିଛି।

Leave a Reply

Your email address will not be published.