#କୋଭିଡ୍-୧୯: ଓଡ଼ିଶାରେ ମୋଟ ସଂଖ୍ୟା ୫୦

ଭୁବନେଶ୍ୱର (ଓଟି): ମହାମାରୀ କରୋନାର କବଳରେ ଆକ୍ରାନ୍ତ ଓ ସୁସ୍ଥଙ୍କ ସଂଖ୍ୟା ବଢୁଛି ଆଉ କମୁଛି। ଶୁକ୍ରବାର ରାତି ସୁଦ୍ଧା ୧୦ ଜଣଙ୍କ ସୁସ୍ଥ ଖବର ଆସିବା ପରେ ପୂର୍ବର ୨ ଜଣଙ୍କୁ ମିଶାଇ ୧୨ ଜଣଙ୍କ ଆରୋଗ୍ୟ ଫଳରେ ଲୋକେ ଖୁସି ପ୍ରକାଶ କରିଥିଲେ। ତେବେ ତା ପରେ ପରେ ପୁଣି ୨ ଜଣ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଫଳରେ ରାଜ୍ୟରେ ମୋଟ କେସ୍‌ ସଂଖ୍ୟା ୫୦ରେ ପହଞ୍ଚିଛି।

ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହେବା ଫଳରେ ମୋଟି କେସ୍‌ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଶୁକ୍ରବାର ରାତି ସାଢ଼େ ୧୨ଟାରେ ଶେଷତମ ଖବର ସୁଦ୍ଧା ନୂଆ ୨ ଜଣ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩୭ଜଣ ଆକ୍ଟିଭ୍ କେସ୍ ରହିଛି। ଅନ୍ୟପକ୍ଷରେ ୧୨ଜଣ ସୁସ୍ଥ ହୋଇଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି।

ଏ ଭିତରେ ରାଜ୍ୟ ସରକାର ୩ଟିଯାକ ପରୀକ୍ଷଣ କେନ୍ଦ୍ରରେ ୩୫୪୭ଟି ସାମ୍ପଲ୍‌ ପରୀକ୍ଷଣ କରିଛନ୍ତି। ସେଥିରୁ ୩୪୯୭ଟି ସାମ୍ପଲ୍‌ ନେଗେଟିଭ୍‌ ମିଳିଛି।

ଏହିସମୁ ପରୀକ୍ଷଣ ଆର୍‌ଟି ପିସିଆର୍‌ ପଦ୍ଧତ୍ତି ଦ୍ଵାରା କରାଯାଉଛି। ଏଥିଲାଗି ୧୦ ଘଣ୍ଟାରୁ ଅଧିକ ସମୟ ଲାଗୁଛି। ଏଣୁ ରାଜ୍ୟ ସରକାର ସ୍କ୍ରିନିଂ ପାଇଁ ପ୍ରଥମେ ଦଅୁତ ପରୀକ୍ଷଣ ଆପଣାଇବାକୁ ଯାଉଛନ୍ତି। ଏଥିଲାଗି ୨ ଲକ୍ଷ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ଏହି ପରୀକ୍ଷଣ ପରେ ପଜିଟିଭ୍‌ ଚିହ୍ନଟଙ୍କ ପାଇଁ ପୁଣିଥରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଏହାବାଦ୍‌ ରାଜ୍ୟରେ ଆର୍‌ଟିପିସିଆର୍‌ ସାମ୍ପଲ୍‌ ପରୀକ୍ଷଣ ପାଇଁ ଆହୁରି ଅଧିକ ସଂଖ୍ରଶରେ ଲାବୋରେଟାରୀ ଖୋଲାଯିବ। ଏହିକ୍ରମରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ ଲାବୋରେଟାରୀ ୧୩ ତାରିଖ ଦିନ କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରାଯାଇଥିଲା ବେଳେ ଏହା ଆବଶ୍ୟକ ଅନୁମୋଦନ ପ୍ରାପ୍ତ କରିଛି। ଠିକ୍‌ ସେହିପରି ବୁର୍ଲା ମେଡିକାଲ୍‌ କଲେଜରେ ମଧ୍ୟ ଏକ ଲାବୋରେଟୋରୀ ୧୫ ତାରିଖ ସୁଦ୍ଧା କର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *