ମହାପ୍ରଭୁଙ୍କ କୃପାରୁ ଟଳିଯିବ ବିପଦ: ଗଜପତି ମହାରାଜା

ପୁରୀ (ଓଟି): ମହାମରୀ କରୋନା ସ୍ଥିତି ରାଜ୍ୟ ପାଇଁ ଚିନ୍ତା ବଢ଼ାଇଛି। ସ୍ଥିତିକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର ୩୦ ଯାଏଁ ବଢ଼ାଇଛନ୍ତି। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏଥିସହ ଜଗତନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବିପଦ ଟଳିଯିବ ବୋଲି ମହାରାଜା ଆଶା ପ୍ରକାଶ କରିଛନ୍ତି।

ଗଜପତି ମହାରାଜା ଏକ ବାର୍ତ୍ତାରେ କହିଛନ୍ତି ଯେ, କରୋନା ଭାଇରସ୍‌ର ଭୟାବହତା ଦୃଷ୍ଟିରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍ ୩୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଯାହାକି ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହି ନିୟମକୁ ସମସ୍ତେ ଆନ୍ତରିକତାର ସହ ପାଳନ କରିବା ଉଚିତ୍। ଏଥିସହ ସାରା ବିଶ୍ୱବାସୀଙ୍କ ପାଇଁ ଗଜପତି ମହାରାଜ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published.