#coronaUpdates: ୧୨.୪୯ ପ୍ରତିଶତ ହାରରେ ବଢ଼ୁଛି କରୋନା, ସମୁଦାୟ ୧୪ଲକ୍ଷ ୩୯ ହଜାର ରୋଗୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଶ୍ଵରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା। ଏବେ ୨୦୯ ଦେଶ ଓ ୨ଟି ପାଣିଜାହାଜ କରୋନା ସଂକ୍ରମିତ। ଏଠାରେ ବିଗତ ୨୪ ଘଣ୍ଟାରେ ରୋଗୀ ସଂଖ୍ୟାରେ ୮୨୮୩୭ଜଣ ନୂଆ ନାଁ ଯୋଡ଼ି ହୋଇଛି। ପୂର୍ବ ଦିନମାନଙ୍କୁ ହିସାମବୁ ନେଲେ ଦେଅନତିକ ୧୨.୪୯ ପ୍ରତିଶତ ହାରରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।
ଏବେ ବିଶ୍ଵରେ ସମୁଦାୟ ମୃତକଙ୍କ ସଂଖ୍ୟା ରହିଛି ୮୫୭୧୧। ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକରେ ମାମଲା ଯଥେଷ୍ଟ ଘନୀଭୂତ ହୋଇଛି। ପ୍ରତିଦିନ ଏଠଶରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟୁଛି।
ସଂଗଠନଙ୍କ ସୂଚନା ଅନୁସାରେ ଏବେ ୟୁରୋପ ମହାଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ ୫୯ ହଜାର ୬୬୧ ରହିଥିବାବେଳେ ଆମେରିକା ମହାଦେଶରେ ୪୫୪୭୧୦ ରହିଛି। ସେହିପରି ପଶ୍ଚିମ ପ୍ରଶନ୍ତ ମହାସାଗରୀୟ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୬୫୮ ରହିଛି। ଦକ୍ଷିଣ ପୂର୍ବ ଏସିଆରେ ୧୨୧୧୫୬ ଜଣ ଆକ୍ରାନ୍ତ ରହିଥିବା ବେଳେ ଆଫ୍ରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩୭ ରହିଥିବା ଦର୍ଶାଯାଇଛି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ
ଦିନକରେ ୭୮୧ ନୂଆ ରୋଗୀ, ୩୧ ମୃତ୍ୟୁ
୪ ନୂଆ ପଜିଟିଭ୍, ପରୀକ୍ଷା ତ୍ଵରାନ୍ବିତ କରିବାକୁ ପହଞ୍ଚିଲା ୪ ହଜାର ଟେଷ୍ଟ…
ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍