#CoronaIndiaUpdates: ଦିନକରେ ୭୮୧ ନୂଆ ରୋଗୀ, ୩୧ ମୃତ୍ୟୁ
ଭୁବନେଶ୍ଵର, (ଓଟି): ଭାରତରେ ଗୋଟିଏ ଦିନରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ବୁଧବାରର ରୋଗୀ ସଂଖ୍ୟାଠୁ ଏହା ୩୦ ପ୍ରତିଶତ ଅଧିକ ରହିଛି। ଗୁରୁବାରଦିନ ସମୁଦାୟ ୭୮୧ଟି ନୂଆ ପଜିଟିଭ୍ ଚିହ୍ନଟ ହେବା ଦ୍ଵାରା ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୬୭୨୫। ଏଥିରୁ ୫୮୬୩ଜଣ ଏବେ ସକ୍ରିୟ ଅଛନ୍ତି। ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ସମୁଦାୟ ୬୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ୨୪ ଘଣ୍ଟା ଭିତରେ ସମୁଦାୟ ୩୧ ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ଵାରା ଦେଶର ମୃତ୍ୟୁ ସଂଖ୍ୟା ୨୩୨ରେ ପହଞ୍ଚିଛି। ମହାରାଷ୍ଟ୍ର ଉଭୟ ପଜିଟିଭ୍ ଓ ମୃତ୍ୟୁ ସଂଖ୍ୟାରେ ଆଗୁଆ ରହିଛି। ଏଠାରେ ଏବେ ୧୧୪୧ଜଣ ରୋଗୀ ସକ୍ରିୟ ରହିଛନ୍ତି। ମହାରାଷ୍ଟ୍ରରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଦ୍ଵାରା ସମୁଦାୟ ରାଜ୍ୟର ମ୍ୟତ୍ୟୁ ସଂଖ୍ରଶ ୯୭ ହୋଇଛି।
ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟଗୁଡ଼ିକ ଭିତରେ ମହାରାଷ୍ଟ୍ର ଆଗୁଆ ରହିଥିବା ବେଳେ ଏହା ପଛକୁ ରହିଛି ତାମିଲ୍ନାଡ଼ୁ। ଲଠାରେ ଗୁରୁବାର ଦିନ ୯୬ ନୂୖା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟର ରୋଗୀଙ୍କ ସଂଖ୍ୟା ୮୩୪ ହୋଇଛି। ସେହିପରି ଦିଲ୍ଲୀରେ ସମୁଦାୟ ୫୧ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାିବା ଦ୍ଵାରା ରୋଗୀ ସଂଖ୍ରଶ ୭୨୧ରେ ପହ୍ୟ୍ୁଚିଛି। ତେଲେଙ୍ଗାନାରେ ଗୁରୁବାର ଚିହ୍ନଟ ହୋଇଥିବା ୧୮ ଜଣ ନୂୖା ରୋଗୀଙ୍କୁ ମିଶାଇ ରୋଗୀ ସଂଖ୍ୟା ୪୭୧ ରହିଥିବା ବେଳେ ରାଜସ୍ଥାନରେ ଗତ ୨୪ ଘଣ୍ଟାରେ ୮୦ଜଣ ନୂୖା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୩ ରହିଛି। ଉତ୍ତର ପ୍ରଦେଶରେ ଦିନକରେ ନୂଆରେଗୀ ୪୬ ବଢ଼ିଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ ହୋଇଛି।
ଭାରତର ଅନ୍ୟ ରାଜ୍ୟଗୁଡ଼ିକରେ ସମୁଦାୟ ରୋଗୀ ସଂଖ୍ୟାରେ ୨୬୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଭାରତରେ ଓଡ଼ିଶାର ସ୍ଥନ ୧୭ ରହିଛି। ଏଠାରେ ସମୁଦାୟ ରୋଗୀଙ୍କ ସଂଖ୍ରା ୪୮ ହୋଇଛି। ଗତ ୨୪ ଘଣ୍ଟାରେ ୬ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି।
ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ
#OdishaFightsCorona: ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍
#CoronaUpdates: ୪ ନୂଆ ପଜିଟିଭ୍, ପରୀକ୍ଷା ତ୍ଵରାନ୍ବିତ କରିବାକୁ ପହଞ୍ଚିଲା ୪ ହଜାର ଟେଷ୍ଟ…
ଦୁଃଖ ଶୁଣିଲେ ହାଇକୋର୍ଟ: ଲୋକଙ୍କ ଉପରେ ବୋଝ ନହେବାକୁ ସରକାରଙ୍କୁ ପରାମର୍ଶ