#କୋଭିଡ୍-୧୯ ଆତଙ୍କ: ‘ଭାରତ ବିରୋଧରେ ହୋଇଥିଲା ସାଂଘାତିକ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ (ଓଟି): ଦିଲ୍ଲୀ-ନିଜାମୁଦ୍ଦିନ ଘଟଣା ସାରା ଦେଶ ପାଇଁ ସମସ୍ୟା ସୃଷ୍ଟି କରିଥିବା ସରକାରୀ ଭାବେ ଘୋଷଣା ହୋଇସାରିଛି। ମହାମାରୀ ଆତଙ୍କ ବେଳାରେ ଉକ୍ତ ଧାର୍ମିକ ସମାବେଶ ଦେଶ ପାଇଁ ସଂକ୍ରମଣର ସଂଖ୍ୟା ବୃଦ୍ଧି କରିଦେଇଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ କେନ୍ଦ୍ରୀୟ ସିୟା ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜୱି ଗୁରୁତ୍ଵପୂର୍ଣ୍ଣ ମତ ଦେଇଛନ୍ତି। ତବଲୀଗୀ ଜମାତର ସଦସ୍ୟମାନେ ଭାରତରେ କରୋନା ଭୂତାଣୁ ସଂକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ବୋଲି ସେ କହିଛନ୍ତି। ଏଥିପାଇଁ ସେମାନେ ବିଧିବଦ୍ଧ ଭାବେ ଯୋଜନା ମଧ୍ୟ ପ୍ରସ୍ତୁତ କରିଥିବା ସେ ପ୍ରକାଶ କରିଛନ୍ତି।

ରିଜୱିଙ୍କ କହିବା ଅନୁସାରେ ଜମାତିମାନେ ଭାଇରସ ସଂକ୍ରମଣ କରି ଏକ ଲକ୍ଷରୁ ଅଧିକ ଲୋକଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏପରିକି ମୋଦୀ ସରକାରଙ୍କୁ ହଇରାଣ କକରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଥିଲା। ଯାହାକି ଦେଶ ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏକ ସାଂଘାତିକ ଷଡ଼ଯନ୍ତ୍ର ଥିଲା। ଖାଲି ସେତିକି ନୁହେଁ, ଜମାତର ସଦସ୍ୟମାନେ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଆକ୍ରମଣ କରୁଛନ୍ତି। ଏଭଳି କଲେ ମେଡିକାଲ କାର୍ଯ୍ୟ ବନ୍ଦ ହେବ ଓ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିବା ପାଇଁ ଆଉ ଯିବେ ନାହିଁ ବୋଲି ସେମାନେ ଉଦ୍ଦେଶ୍ୟମୂଳକ ଭାବେ କାଣ୍ଡ କରୁଥିବା ରିଜୱି କହିଛନ୍ତି।

ତେଣୁ ଅଭିଯୁକ୍ତଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।


Disclaimer: This story has not been generated or edited by Odishatime staff.

Source:

Leave a Reply

Your email address will not be published.