#କୋଭିଡ୍‌-୧୯: ଡାକ୍ତରଙ୍କ ପ୍ରାଣ ଗଲା

ଇନ୍ଦୋର (ଓଟି): ମହାମାରୀ କରୋନା ଭାଇରସ୍ ନେଲା ଚିକିତ୍ସକଙ୍କ ପ୍ରାଣ। ପୂର୍ବରୁ ଅନେକ ସ୍ଵାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ସୂଚନା ରହିଥିବାବେଳେ ଦେଶରେ ପ୍ରଥମଥର ପାଇଁ ଜଣେ ଡାକ୍ତରଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ମଧ୍ୟପ୍ରଦେଶର ଇନ୍ଦୋର ବାସିନ୍ଦା ଡାକ୍ତର ଶତ୍ରୁଘ୍ନ ପଞ୍ଜୱାନୀ। ସେ ଇନ୍ଦୋରର ରୂପରାମ ନଗରରେ ରହୁଥିଲେ।

ସୂଚନା ଅନୁସାରେ ଆଜି ସକାଳ ୪ଟାରେ ଡାକ୍ତର ଶତ୍ରୁଘ୍ନଙ୍କ ଦେହାନ୍ତ ଘଟିଛି। ଗୁରୁତ୍ଵପୂର୍ଣ୍ଣ ବିଷୟଯେ ସେ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁନଥିଲେ କିନ୍ତୁ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। କିଛିଦିନ ତଳେ ଡାକ୍ତର ଶତ୍ରୁଘ୍ନଙ୍କୁ କରୋନା ହୋଇଥିବା ରିପୋର୍ଟ ଆସିଥିଲା। ଫଳରେ ତାଙ୍କୁ ପ୍ରଥମେ ଗୋକୁଲଦାନ ଓ ପରେ ସିଏଚଏଲରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ଅରବିନ୍ଦ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ପ୍ରାଣ ଚାଲିଯାଇଛି।

Leave a Reply

Your email address will not be published. Required fields are marked *