ଚାର୍ଟାଡ଼ ଆକାଉଣ୍ଟାଣ୍ଟସ କୋର୍ସ ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ଜରୁରୀ ନୁହେଁ

ଭୁବନେଶ୍ୱର,(ଓଡ଼ିଶାଟାଇମ୍‌):କରୋନା ସଂକ୍ରମଣ ପାଇଁ ସମଗ୍ର ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ବାହାରିପାରି ନଥିଲେ ବି ଚାଟାର୍ଡ଼ ଆକାଉଂଟ କୋର୍ସରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଚାର୍ଟାର୍ଡ଼ ଆକାଉଂଟାଂଟ ଫାଉଣ୍ଡେସନରେ ନିଜ ନାମ ପଞ୍ଜିକରଣ କରିପାରିବା ପାଇଁ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଂଟାଂଟ ପକ୍ଷରୁ କୁହାଯାଇଛି । ଏହି ନାମ ପଞ୍ଜିକରଣ ଅସ୍ଥାୟୀ ଓ ଯେଉଁ ଛାତ୍ର ଛାତ୍ରୀ ଦ୍ୱାଦଶ ଶ୍ରେଣୀ ନପାସ କରିପାରିନଥିବେ ତାଙ୍କ ନାମ ପଞ୍ଜିକରଣକୁ ବାତିଲ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ଏଥିସହ କୌଣସି ବିଷୟରେ ଯଦି କୌଣସି ଛାତ୍ର ଛାତ୍ରୀ ପରୀକ୍ଷା ଦେଇପାରି ନଥିବେ ତେବେ ତାଙ୍କ ଅସୁବିଧାକୁ ଫାଉଣ୍ଡେସନ କର୍ତୃପକ୍ଷ ବିଚାରକୁ ନେଇ ନାମ ପଞ୍ଜିକରଣ କରିବମାକୁ ସୁବିଧାପ୍ରଦାନ କରିବେ ବୋଲି ମଧ୍ୟ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ନୋଟିସରେ କୁହାଯାଇଛି । ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହି ସମବସ.କ୍ଟକ୍ସଶ. ୱେବସାଇଟରେ ନାମ ପଞ୍ଜିଚକରଣ କରିପାରିବେ । କରୋନା ସଂକ୍ରମଣ ଜନିତ ଲକ ଡାଉନନକୁ ନଜରରେ ରଖାଯାଇ ଚାଟାର୍ଡ଼ ଆକାଉଂଟାଂଟ ପରୀକ୍ଷାକୁ ସାମୟିକ ଭାବେ ବାତିଲ କରାଯାଇଛି ଓ ଲକଡାଉନ ଉଠିବା ପରେ ଆସନ୍ତା ମେ ମାସ ୨ ତାରିଖରୁ ୧୮ ତାରିଖ ମଧ୍ୟରେ ପରୀକ୍ଷା କରାଯିବ । ଫାଉଣ୍ଡେସନ କୋର୍ସର ପରୀକ୍ଷା ମେ ମାସ ୧୧, ୧୩, ୧୫ ଓ ୧୭ ତାରିଖରେ ଅନୁଷ୍ଠିତ ହେବପ ଏବଂ ଆନ୍ତର୍ଜତୀୟ ବାଣିଜ୍ୟ ଆଇନ ଓଋ ବିଶ୍ୱ ବାଣିଜ୍ୟ ସଂଗଠନର ପରୀକ୍ଷା ମେ ମାସ ୩ ତାରିଖରେ ଅନୁଷ୍ଠିତ ହେବାକୁ ଇନଷ୍ଟିଚ୍ୟୁଟ ପକ୍ଷରୁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *