#OdishaFightsCorona: ୨ ନୂଆ କରୋନା ପଜିଟିଭ୍‌, ପ୍ରଥମ ମହିଳା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌):ରାଜ୍ୟରେ ପୁଣି ଦୁଇ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସମୁଦାୟ ସଂଖ୍ୟା ୪୪ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳର ହୋଇଥିବା ବେଳେ ଆଉ ଜଣେ ପଶ୍ଚିମବଙ୍ଗର ମିଦିନାପୁର ଅଞ୍ଚଳରେ।

ଢେଙ୍କାନାଳରୁ ଚିହ୍ନିତ ପଜିଟିଭ୍‌ ବ୍ୟକ୍ତିଜଣକ ମହିଳା ଏବଂ ତାଙ୍କ ବୟସ ୫୧ ବର୍ଷ।  ସେ ରାଜ୍ୟର ପ୍ରଥମ ମହିଳା କରୋନା ପଜିଟିଭ୍‌। ଯଦିଓ ସ୍ଵାସ୍ଥ୍ୟ ବିଭାଗ ଏ ବାବଦରେ କିଛି କହି ନାହାନ୍ତି କିନ୍ତୁ  ଏହା ପୂର୍ବରୁ କୌଣସି ମହିଳାଙ୍କ ନାଁ ଘୋଷଣା କରାଯାଇ ନାହିଁ।

ମିଦିନାପୁରରୁ ଚିହ୍ନିତ ରୋଗୀ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୯ ବର୍ଷ।  ତାଙ୍କୁ  ଏକ ଘରୋଇ ହସ୍‌ପିଟାଲ୍‌ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଅଣାଯାଇଥିଲା।

ଏବେ ରାଜ୍ୟରେ ୪୧ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ସେମାନେ ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୨ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ଦୁଇଦିନ ହେଲା ରାଜ୍ୟରେ କାହାର ସାମ୍ପଲ୍‌ରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇ ନଥିଲା।

 

Leave a Reply

Your email address will not be published. Required fields are marked *