#Lockdown ୩୦ ଏପ୍ରିଲ୍‌ଯାଏ ବୃଦ୍ଧି, ଜୁନ୍‌ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ଵର, (ଓଟି): ମାନବ ସଭ୍ୟତାର କରୋନା ହେଉଛି ସବୁଠାରୁ ବଡ଼ ଶତ୍ରୁ। ବିଶ୍ଵରେ ଏହା ଏକ ଆତଙ୍କ ବୋଲି କହିବା ସହ ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟ ସୀମାକୁ ୩୦ ତାରିଖଯାଏ ବୃଦ୍ଧି କରାଯାଇଛି। ଏହାସହ ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ଵପୂଣ୍ଣ ବୈଠକରେ ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଅନୁମୋଦନ କରିଛି। ସାରା ଭାରତ ବର୍ଷରେ ଓଡ଼ିଶା ଲକ୍‌ଡାଉନ୍‌ ସମୟକୁ ସମ୍ପ୍ରସାରଣ କରିବା ଦିଗରେ ପ୍ରଥମ ରାଜ୍ୟ ହୋଇଛି।

ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ  ଜୁନ୍‌୧୭ ଯାଏ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି।

କରୋନା ପରିସ୍ଥିତିକୁ ମଣିଷ ଜୀବନ ଓ ଅର୍ଥନୀତି ଭିତରେ ଏକ ଯୁଦ୍ଧ ବୋଲି ବଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଅର୍ଥନୀତି ଅପେକ୍ଷା ଜୀବନକୁ ଅଧିକ ଗୁରୁତ୍ଵ ଦେଉଛୁ। ଏଣୁ ରାଜ୍ର ସରକାର ଏହି ଲକ୍‌ଡାଉନ୍‌ ସମୟସୀମା ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କିନ୍ତୁ ଏହି ସମୟସୀମାରେ କୃଷି କାର୍ଯ୍ୟ ଚାଲିବ। ଲୋକଙ୍କ ପାଇଁସରକାର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବେ। ସେଥିଲାଗି ଖାଦ୍ୟ ଯୋଗାଣ ଏବଂ ପରିବହନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଗରିବ ଲୋକଙ୍କ ଲାଗି ମହାତ୍ମାଗାନ୍ଧି ନିଶ୍ଚିତ ରୋଜଗାର ଯୋଜନା ବି କାର୍ଯ୍ୟକାରୀ ହେବ ବୋଲି ନବୀନ କହିଛନ୍ତି।

କେନ୍ଦ୍ର ସରକାରଙ୍କୁ ଦେଶରେ ଲକ୍‌ଡାଉନ୍‌ ସମୟସୀମାକୁ ୩୦ ଏପଅିଲ୍‌ଯାଏ ବୃଦ୍ଧି କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ପ୍ରସ୍ତାବ ପାରିତ କରି ପଠାଇଥିବା ସେ କହିଛନ୍ତି। ଏହାବାଦ୍‌ ରେଳ ଏବଂ ଉଡ଼ାଣ ଚଳାଚଳକୁ ମଧ୍ୟ ଏପଅିଲ୍‌ ୩୦ ଯାଏ ବାତିଲ୍‌ ପାଇଁ ନବୀନ ଅନୁରୋଧ କରିଛନ୍ତି।

 

ଏଭିତରେ ରାଜ୍ୟରେ ୪୨ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୯ଜଣ ଏବେ ଚିକିତ୍ସଦିତ ହେଉଛନ୍ତି। ଗଲଶ ଦୁଇଦିନ ହେଲା କୌଣସି ନୂଆ ସଂକ୍ରମଣ ଚିହ୍ନଟ କରାଯାଇ ନାହିଁ। ରାଜ୍ୟରେ ପ୍ରାୟ ୧୦୦ ଜଣ ଏବେ ବିଭିନ୍ନ ଡାକ୍ତରଖାନାରେ କ୍ଵାରେଣ୍ଟାଇନ୍‌ରେ ରହିଛନ୍ତି।

ସରକାର ଦ୍ରୁତ ଟେଷ୍ଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ୧ ଲକ୍ଷ ସାମ୍ପଲ୍‌ ଏଥିରେ ଟେଷ୍ଟ କରାଯିବ। ଏହାଛଡ଼ା ଆବଶ୍ୟକ ଲୋକଘଙ୍କ ସହା୍ରତା ନିମନ୍ତେ ଟେଲିମେଡିସିନ୍‌ ବ୍ୟବସ୍ଥା ଆପଣାଇଥିବା କହିଛନ୍ତି।

 

Leave a Reply

Your email address will not be published. Required fields are marked *