ଆମେରିକାରେ କରୋନା: ୬୮ ପ୍ରତିଶତ ଆଫ୍ରିକୀୟ ଆମେରିକାବାସୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ,(ଓଡ଼ିଶାଟାଇମ୍): ଅମେରିକାରେ ଏବେ କରୋନା ଭୂତାଣୁ ମୃତ୍ୟୁର ତାଣ୍ଡବ ରଚାଉଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୦ ହଜାରକୁ ଟପିଥିବା ବେଳେ କରୋନାରେ ମୃତ୍ୟୁ ସଂଖ୍ୟା ୧୧ ହଜାରକୁ ଟପି ଗଲାଣି । ତେବେ ସିକାଗୋ ସହରରେ କରୋନାଜନିତ ମୃତ୍ୟୁରେ ଆଫ୍ରିକୀୟ ଆମେରୀକୀୟମାନଙ୍କ ସଂଖ୍ୟା ରହିଛି ପାଖାପାଖି ୬୮ ପ୍ରତିଶତ। ଏମାନେ ସହରୀ ଜନସଂଖ୍ୟାର ୩୦ ପ୍ରତିଶତ। ଏହା ଏକ ଚିନ୍ତାଜନକ ବିଷୟ ହୋଇଛି।
ଆମେରିକାର ଅନ୍ୟ ପ୍ରଦେଶମାନଙ୍କରେ ମଧ୍ୟ କରୋନା ମହାମାରୀରେ ଅଧିକ ସଂଖ୍ୟକ ଆଫ୍ରିକୀୟମାନେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ୁଥିବା ସୂଚନା ମିଳୁଛି । ଆମେରିକାରେ ବାସ କରୁଥିବା ଆଫ୍ରିକୀୟମାନେ ଦାରିଦ୍ର୍ୟ କାରଣରୁ ସ୍ୱାସ୍ଥ୍ୟହାନୀକର ପରିବେଶରେ ବାସକରନ୍ତି ଓ ସେମାନେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଂଚିତ ହେଉଥିବାରୁ ଓ ଆଫ୍ରିକୀୟମାନଙ୍କୁ ଏହି ମହାମାରି ବ୍ୟାପୁଥିବା ସମୟରେ ବୃତ୍ତିଗତ କାରଣରୁ ନିଜ ଜୀବନରୁ ପାଣି ଛଡ଼ାଇ ଘର ଛାଡ଼ି ବାହାରକୁ ଯିବାକୁ ପଡ଼ୁଥିବା ଯୋଗୁ ସେମାନେ କରୋନା ଭୂତାଣୁ ଦ୍ୱାରା ଅଧିକ ଭାବେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ୁଥିବା ଆମେରିକୀୟ ବିଶେଷଜ୍ଞମାନେ ମତଦେଉଛନ୍ତି ।
ଆମେରିକାରେ ବାସ କରୁଥିବା ଅଧିକାଂଶ ଆଫ୍ରିକୀୟ ଡାଇବେଟିସ, ହୃଦରୋଗ ଆଦି ଗୁରୁତର ରୋଗରେ ପିଡ଼ିତ ଥିବା ଡାକ୍ତର ଜେନେରାଲ ଜେରୋମ ଆଡାମ୍ସ କହିଛନ୍ତି । ଦାରିଦ୍ର୍ୟତା ଯୋଗୁ ଆମେରିକାରେ ବାସକରୁଥିବା ଆଫ୍ରିକୀୟଙ୍କ ମଧ୍ୟରେ ଦେଖାଦେଉଥିବା ଏହି ପୁରୁଣା ରୋଗ ଗୁଡ଼ିକ କରୋନା ଭୂତାଣୁ ସଂକ୍ରମଣରେ ସାହଜ୍ୟ କରିବା ସହିତ ଆଫ୍ରିକୀୟଙ୍କୁ ମୃତ୍ୟୁମୁଖରେ ପକାଇବାରେ ସହାୟକ ହେଉଥିବା ଡାକ୍ତର ଆଡାମ୍ସ ମତଦେଉଛନ୍ତି। ଚିକାଗୋ ସହରରେ ମୋଟ ଜନସଂଖ୍ୟାର ୩୦ ପ୍ରତିଶତ ଆଫ୍ରିକୀୟ ହୋଇଥିବା ବେଲେ ତାଙ୍କ ମଧ୍ୟରୁ ୬୮ ପ୍ରତିଶତ ଲୋକଙ୍କର କରୋନା ଭୂତାଣୁ ସଂକ୍ରମଣରେ ପ୍ରାହାନନୀ ଘଟିଥିବା ଯୋଗୁ ଚିକାଗୋ ସହରର ମେୟର ଲୋରି ଲାଇଟଫୁଟ ଗତ ସୋମବବାର ଏକ ସାମ୍ବାଦିକ ସମ୍ମିଳନୀରେ ଚିନ୍ତା ପ୍ରକଟ କରିଛନ୍ତି । ଏହିଧାରା ଉତରକାରୋଲିନା, ଲୁସିଆନିଆ, ମିଚିଗାନ, ୱିସକନସିନ ଏବଂ ରାଜଧାନୀ ୱାସିଂଟନରେ ଜାରି ରହିଥିବା ସୂଚନା ମିଳିଛି । ଆମେରିକାନ ଜନସ୍ୱାସ୍ଥ୍ୟ ଆସୋସିଏସନର ନିର୍ଦ୍ଦେଶକ ଜର୍ଜ ବେଞ୍ଜାମିନ ଏହି କଥାକୁ ସ୍ୱିକାର କରିବା ସହ ଆଫ୍ରିକୀୟମାନଙ୍କୁ କାମଧନ୍ଦା ପାଇଁ ବାହାରକୁ ଯିବାକୁ ପଡ଼ୁଥିବାରୁ ସେମାନେ କରୋନା ଭୂତାଣୁ ଦ୍ୱାରା ଅଧିକମାତ୍ରରେ ସଂକ୍ରମିତ ହେଉଥିବା ପ୍ରକାଶ କରିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଆଫ୍ରିକୀୟମାନେ ମୁଖ୍ୟତଃ ପରିବହନ କର୍ମଚାରୀ ଯଥା ଡ୍ରାଇଭର, ନର୍ସିହୋମ କର୍ମଚାରୀ, ତେଜରାତି ଦୋକାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବାରୁ ଅଧିକ ସଂକ୍ରମିତ ହେଉଛନ୍ତି ଓ ସେମାନଙ୍କ ସଂସ୍ପର୍ଷରେ ଆସୁଥିବା ଲୋକମାନେ ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିôବାରୁ ସଂକ୍ରମଣ ବହୁଗୁଣିତ ହେଉଛି । ସବୁଠାରୁ ଗୁରୁତର କଥା ହେଉଛି ଆମେରିକାରେ ବାସକରୁଥିବା ଆଫ୍ରିକୀୟମମାନେ ଉପଯୁକ୍ତ ସ୍ୱାସ୍ୟସେବା ପାଇବାରୁ ବଂଚିତ ହେଉଥିବାରୁ ପରିସ୍ଥିତି ଜଟିଳ ହେଉଥିବା ଆମେରିକାରେ ମତପ୍ରକାଶ ପାଉଛି । ଏଥିସହ ଆମେରିକାରେ ବାସ କରୁଥିବା ଆଫ୍ରିକୀୟମାନେ ହୃଦରୋଗ, କ୍ୟାନସର ଆଦି ବିଭିନ୍ନ ଦୁରାଗ୍ୟେ ରୋଗରେ ପିଡ଼ିତ ହୋଇ ବି ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇପାରୁ ନପାରି ରୋଗଗ୍ରସ୍ଥ ହୋଇ ରହୁଛନ୍ତି ଓ ସେମାନଙ୍କ ମାଧ୍ୟମରେ କରୋନା ଭୂତାଣୁ ସମଗ୍ର ଆମେରିକାକୁ ଗ୍ରାସ କରୁଥିବା ନେଇ ଚିନ୍ତା ପ୍ରକଟ କରିବା ସହ ଏ ନେଇ ଆମେରିକା ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି । ( Agency)