#CoronaUpdates: ଦିନକରେ ୭.୬ ହଜାର ମୃତ, ଭାରତରେ ୩୫
ଭୁବନେଶ୍ଵର, (ଓଟି): ବିଶ୍ଵରେ କରୋନା ସ୍ଥିତି ଜଟିଳ ହୋଇ ରହିଛି। ଗଲା ୨୪ ଘଣ୍ଟା ଭିତରେ ୮୬ହଜାର ୯୫୨ ଲୋକ କରୋନା ସଂକ୍ରମିତ ହୋିଥିବା ବେଳେ ୭୬୦୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଭାରତରୁ ୩୫ଜଣ କରୋନା ପଜିଟିଭ୍ ରହିଛନ୍ତି, ଯେଉଁମାନଙ୍କ ଗଲା ୨୪ ଘଣ୍ଟା ଭିତରେ କରୋନା ଦ୍ଵାରା ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି।
ସେ କହିଛନ୍ତି ଯେ, ଏବେ ବିଶ୍ଵର ୨୦୯ ଦେଶ କରୋନା ପ୍ରଭାବିତ। ଏହାଛଡ଼ା ୨ଟି ସାମୁଦ୍ରିକ ଯାହାଜରେ ଥିବା ଲୋକେ ମଧ୍ୟ କରୋନା ସଂକ୍ରମିତ ହୋଇ ସମୁଦ୍ର ଭିତରେ ରହିଛନ୍ତି। ଏବେ ବିଶ୍ଵରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ଲକ୍ଷ ୩୬ ହଜାର ୮୪୧ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮୨୦ଜାର ୪୨୧ ହୋଇଛି। ଗତକାଲି ଏହି ସଂଖ୍ୟା ୭୪ହଜାର ୮୨୦ ଥିଲା।
ଏବେ ବିଶ୍ଵରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ରହିଛି। ଏହି ଦେଶରେ ୪ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ସ୍ପେନ୍ରେ ୧.୪ଲକ୍ଷ, ଇଟାଲୀରେ ୧.୩୫ ଲକ୍ଷ, ଜର୍ମାନୀରେ ୧.୦୭ ଲକ୍ଷ ଏବଂ ଫ୍ରାନ୍ସରେ ୧.୦୯ ଲକ୍ଷ ଲୋକ କରୋନା ପଜିଟିଭ୍ ଭାବେ ଚିହ୍ନିତ ହୋଇଛନ୍ତି। ବିଶ୍ଵରେ ଭାରତ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରଙ୍କ ଭିତରେ ୨୪ତମ ରାଷ୍ଟ୍ର ହୋଇଛି ।
ଓଡ଼ିଶାରେ କରୋନା କିଛି କମ୍ ଆତଙ୍କ ପ୍ରସାର କରିନାହିଁ। ଏହା ଭାରତର ୧୬ତମ ପ୍ରଭାବିତ ରାଜ୍ୟ ହେଇଛି। ଏଠାରେ ସମୁଦାୟ ପଜିଟିଭ୍ଙ୍କ ସଂଖ୍ୟା ପହଞ୍ଚିଛି ୪୨ରେ । ଏଥିରୁ ୩୯ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି। ୨ଜଣ ସୁସ୍ଥ ହୋଇଛନ୍ତି ଆଉ ଜଣେଙ୍କ ମୃତ୍ୟୁ ହୋଇଛି। ଏବେ ରାଜ୍ୟରବିଭିନ୍ନ ଡାକ୍ତରଖାନାରେ ୯୧ ଜଣ ସନ୍ଦିଗ୍ଧ ପୃଥକାବାସରେ ରହିଛନ୍ତି।
ଓଡ଼ିଶା ସମ୍ପର୍କିତ ଅଧିକ ରିପୋର୍ଟ ପାଇଁ ଏହି ଲିଙ୍କ୍କୁ କ୍ଲିକ୍ କରନ୍ତୁ।
ଅଧିକ କରୋନା ସମ୍ପର୍କିତ ଖବର: