#CoronaUpdates: ଭୁବନେଶ୍ଵରରେ ୫ ଅବରୋଧ ଅଞ୍ଚଳ, ସମୁଦାୟ ୩୧ ସକ୍ରିୟ କରୋନା
ଭୁବନେଶ୍ଵର, (ଓଡ଼ିଶାଟାଇମ୍): ଭୁବନେଶ୍ଵରରେ ବଢ଼ୁଥିବା କରୋନା ସଂକ୍ରମଣକୁ ରୋକ୍ ଦେବା ଲାଗି ସରକାର ୫ଟି ଅବରୋଧ ଅଞ୍ଚଳ ବା କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହି ଅଞ୍ଚଳରେ କୌଣସି ଲୋକଙ୍କ ଯିବା ଆସିବା ବାରଣ କରାଯାଇଛି। ସେମାନଙ୍କ ପାଖଷର ଜରୁରୀ ସୁବିଧା ପହଞ୍ଚାଇବା ଲାଗି ବିଏମ୍ସି ବ୍ୟବସ୍ଥା କରିବା ସହ ସେମାନଙ୍କ ସ୍ଵାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ବିଏମ୍ସି କମିଶନର ପ୍ରେମ୍ଚନ୍ଦ୍ର ଚୌଧରୀ ପ୍ରକାଶ କରିଛନ୍ତି।
ଏହି ୫ ଅବରୋଧ ଜୋନ୍କୁଡ଼ିକ ହେଉଛି ସତ୍ୟନଗର, ସୂର୍ଯ୍ୟନଗର, ଆଜାଦ୍ ନଗର, ବମିଖାଲ ଏବଂ ଆଇବି ଆବାସିକ କଲୋନୀ। ଏଠାରେ ପ୍ରତିଦିନ ଲୋକଙ୍କ ନମୁନା ସଂଗ୍ରହ କରାଯାଇ ତାହାକୁ ପରୀକ୍ଷଣ ପାଇଁ ପଠାଯାଉଛି। ଆଜି ୪୦୦୦ ନମୁନା ସଂଗ୍ରହ କରି ପଠାଯାଇଥିବା ଶ୍ରୀ ଚୌଧରୀ ସୂଚନା ଦେଇଛନ୍ତି।
ସୂର୍ଯ୍ୟନଗର ଅଞ୍ଚଳକୁ ପ୍ରଥମ କରୋନା ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଏଠାରେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କ ଦେହରେ କରୋନା ପଜିଟିଭ୍ ମିଳିଛି। ଏଠାରେ ଏବେ ୨୧୨୫ଟି ଘର ରହିଛି। ସେ ସମସ୍ତେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି।
ସର୍ବାଧିକ ରୋଗୀ ମିଳିଥିବା ଅବରୋଧ ଅଞ୍ଚଳ ହେଉଛଇ ବମିଖାଲ। ଏଠାରେ ୧୪ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଠାରେ ୨୭୭୭ ଘର ରହିଥିବା ବେଳେ ସତ୍ୟ ନଗରରେ ୨୫୦୦ ଘର, ଆଜାଦ୍ ନଗରରେ ୪୩୦ ଏବଂ ଆଇବି କଲୋନୀରେ ୧୦୭ ଘରକୁ ବିଲମ୍ସି କଡ଼ା ନଜରରେ ରଖିଛି।
ଅଧିକ କରୋନା ଅପ୍ଡେଟ୍
ଦିନକରେ ୭.୬ ହଜାର ମୃତ, ଭାରତରେ ୩୫
ସ୍ଵାସ୍ଥ୍ୟବିଭାଗ ଜାରିକଲା କରୋନା ଚିତ୍ର, ଜାଣନ୍ତୁ କେଉଁଠି କେତେଜଣ
ଖବରକାଗଜ ଅଫିସ୍ରେ କରୋନା ଆତଙ୍କ