#IndiaFightsCorona: ବିନା ପ୍ରତିବନ୍ଧକରେ ଜଣେ କରୋନା ରୋଗୀ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରେ

ଭୁବନେଶ୍ଵର, (ଓଟି): ଯଦି ଡିକଣଶ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇ ନଥାଆନ୍ତା ତେବେ ଭାରତରେ ଜଣେ କରୋନା ରୋଗୀ ଅତିକମ୍‌ରେ ୩୦ ଦିନ ଭିତରେ ୪୦୬ ଜଣଙ୍କୁ ସଂକ୍ରମିତ କରିଥାଆନ୍ତା। ଭାରତରେ ଲକ୍‌ଡାଉନ୍‌, ସୋଶାଲ୍‌ ଡିଷ୍ଟାନ୍ସିଂ ପଦକ୍ଷେପ ଦ୍ଵାରା ଏହା କମି ପାରିଛି ବୋଲି କହିଛନ୍ତତ ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲଭ୍‌ ଅଗ୍ରୱାଲ୍‌।

କରୋନା ଭୁତାଣରୁ ସଂକ୍ରମଣ ହାରକୁ ଏାର ଗାଣିତିକ ସୂତ୍ରରେ ହିସାବ କରେ ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି। ଏହି ଭୁତାଣୁର ସଂକ୍ରମଣ ହାର ହେଉଛି ୧.୫ରୁ ୪ ଭିତରେ । ଆମେ ଯଦି ୨.୫ ବୋଲି ଧରିବା ତେବେ ଜଣେ କରୋନା ରୋଗୀ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିବା  ଆଶଙ୍କା ରହିଛି। ଆମେ ବିଭିନ୍ନ ସାଚେତନତା ସୃଷ୍ଟି କରି ଏହି ହାରକୁ ୭୫ ପ୍ରତିଶତ କମାଇପାରିବ ବୋଲି ସେ କହିଛନ୍ତି।

ଏଣୁ ନାଗରିକମାନେ ସୋଶାଲ୍‌ ଡିିଷ୍ଟାନ୍ସିଂ ନିୟମ ପାଳନ କରିବା ଏବଂ ଲକ୍‌ଡାଉନ୍‌କୁ କେବେ ଉଲ୍ଲଙ୍‌ଘନ କରନ୍ତୁ ନାହିଁ। ଏହାଦ୍ଵାରା ଆମେ କରୋନା ସହ ଲଢ଼ିପାରିବା ବୋଲି ସେ କହିଛନ୍ତି।

ଏବେ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୩୧୨ ଥିବାବେଳେ ମୃତ୍ୟୁସଂଖ୍ୟା ୧୨୪ ରେ ପହଞ୍ଚିଛି । ଦେଶରେ ୩୫୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି ।

Leave a Reply

Your email address will not be published.