#IndiaFightsCorona: ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ରାଜ୍ୟ ପକ୍ଷରୁ ଆସୁଛି ଅନୁରୋଧ

ଭୁବନେଶ୍ଵର, (ଓଟି): କରୋନାର ଭୟାବହତାକୁ ପ୍ରଶମିତ କରିବା ପାଇଁ ଲକ୍‌ଡାଉନ୍‌କୁ ପ୍ରଭାବଶାଳୀ ମାଧ୍ୟମ ଭାବେ ରାଜୃ ସରକାରମାନେ ଚିନ୍ତା କରିଛନ୍ତି। ଏଣୁ ସେମାନେ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି। କିନ୍ତୁ ଏହିୀ ଅନୁରୋଧ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏ ବାବଦରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଆସିଲେ ତାହା ଗଣମାଧ୍ୟମରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ଆଜି ଗଣମାଧ୍ୟମକୁ ସୂଚନା ଦେବା ବେଳେ ଶ୍ରୀ ଅଗ୍ରୱାଲ୍‌ଙ୍କୁ ଗଣମାଧ୍ୟମର ଜଣେ ପ୍ରତିନିଧି ଏ ବିଷୟରେ ଜାଣିବା ପାଇଁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ଶ୍ରୀ ଅଗ୍ରୱାଲ୍‌ କହିଥିଲେ ସେ କ୍ୟାବିନେଟ୍‌ ସଚିବ ଏ ବାବଦରେ ସରକାରଙ୍କ ମତ ସ୍ପଷ୍ଟ କରିସାରିଛନ୍ତି। ଏହାପରେ କୌଣସି ନିଷ୍ପତ୍ତି ହୋଇ ନାହିଁ । ନିଷ୍ପତ୍ତି ଆସିଲେ ତାହା ଜଣଶଇ ଦିଆଯେିବ।

ଦେଶରେ କରୋନା ପ୍ରକୋପକୁ ରୋକିବା ଲାଗି ସରକାର ମାର୍ଚ ୨୫ ତାରିଖରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାଦ୍ଵାରା ଅତ୍ୟାବଶ୍ୟକ ସେବା ଛଡ଼ା ସମସ୍ତ  ସେବାକୁ ବନ୍ଦ କରିଦିଆଯାଇଥିଲା। ଜନସାଧାରଣଙ୍କୁ ଘର ଭିତରେ ରହି ନିରାବଦ ହେବାକୁ ଅନୁରୋଧ କରାଯାଇଥିଲା।

Leave a Reply

Your email address will not be published.