#OdishaFightsCorona: ରାଜ୍ୟରେ ଆହୁରି ୪୨ ନିଜାମୁଦ୍ଦିନ ଫେରନ୍ତା, ସମୁଦାୟ ସଂଖ୍ୟା ୭୦
ଭୁବନେଶ୍ଵର, (ଓଟି): ଦିଲ୍ଲୀ ନିଜାମୁଦିନ୍ସ୍ଥିତ ତବ୍ଲିଗି ଜମାତ୍ରେ ଧାର୍ମିକ ସଭା ସଂସ୍ପର୍ଶରେ ଆସିଥିବା ଆହୁରି ୪୨ଜଣଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି। ସେମାନେ ସ୍ଵତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାରଙ୍କୁ ନିଜ ବାବଦରେ ଜଣାିଛନ୍ତି ବୋଲି ସରକାର ସୂଚନା ଦେଇଛନ୍ତି। ପୁୂର୍ବରୁ ରାଜ୍ୟ ପୁଲିସ ପ୍ରଶାସନ ୨୮ଜଣ ତବ୍ଲିଗି ଫେରନ୍ତାଙ୍କୁ ଠାବ କରିଥିଲା। ଏହାଦ୍ଵାରା ଏବେ ଏହି ସଂଖ୍ରଶ ୭୦ରେ ପହଞ୍ଚିଛି। ଯେହେତୁ ସାରା ଭାରତରେ ଏହି ତବ୍ଲିଗି ଜମାତ୍ର ଧର୍ମସଭା ଫେରନ୍ତା ସଂକ୍ରମଣର ବାହକ ହୋଇଥିବା ଆଶଙ୍କା କରାଯାଉଛଇ ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ସେମାନେ ନିଜ ପକ୍ଷରୁ ସୂଚନା ଦେଇଥିବାରୁ ସରକାରୀ ସ୍ତରରେ ତାଙ୍କୁ ଧନ୍ୟବାଦ ଦିଆଯାଇଛି। ନିଜର ଓ ନିଜ ପରିବାର ତଥା ସମାଜର ନିରାପତ୍ତା ପାଇଁ ଏହା ଏକ ଜରୁରୀ ଆବଶ୍ୟକତା ବୋଲି ସରକାରଙ୍କ କୋଭିଡ୍୧୯ ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି। ଏଣୁ ଯେଉଁମାନେ ଏବେବି ନିଜ ବାବଦରେ ସୂଚନା ଲୁଚାଇଛନ୍ତି ସେମାନେ ସ୍ଵତଃ ସାମ୍ନାକୁ ଆସିବାକୁ ସେ ଅନୁରୋଧ କରିଛନ୍ତି।