ସୋନାକ୍ଷୀ ଜାଣିନାହାଁନ୍ତି ହନୁମାନ କାହା ପାଇଁ ଆଣିଥିଲେ ସଞ୍ଜିବନୀ ବୁଟି

ଭୁବନେଶ୍ୱର,୦୬/୪:ବହୁ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ ଲୋକେ ଭାରତର ପ୍ରଚୀନ ସଂସ୍କୃତି, ପରମ୍ପରା ସମ୍ପର୍କରେ ଅଜଣା ଅଛନ୍ତି । ଏପରିକି ରାମମୟଣ ଓ ମହାଭାରତ ଭଳି ପୁରାଣର କାହାଣୀ ଯାହା ଗାଁ ଗହଳିର ସାଧାରଣ ଅଶିକ୍ଷିତ ଲୋକଙ୍କୁ ଖୁବ ଭଲ ଭାବେ ଜଣା ସେହି କାହାଣୀ ଗୁଡ଼ିକୁ ପ୍ରତିଷ୍ଠିତ ଓ ଲୋକପ୍ରିୟ କଳାକାରଙ୍କୁ ଜଣାନଥିବା କଥା ସମସ୍ତଙ୍କୁ ଚକିତ କରିଛି । ଏପରି କି ବଲିଉଡ଼ର ପ୍ରସିଦ୍ଧ କଳାକାର ଶତୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ଯିଏକି ବଲିଉଡ଼ର ଜଣେ ଲୋକପ୍ରିୟ କଳାକାର ହୋଇଥିଲେ ବି ସେ ରାମାୟଣରେ ବର୍ଣ୍ଣିତ ଅତି ଲୋକପ୍ରିୟ କାହଣୀ ଯାହାପ୍ରତି ଭାରତୀୟଙ୍କୁ ଜଣା ସେହି କଥାକୁ ଜାଣି ନଥିବା ଲୋକଲୋଚନକୁ ଆସିଛି ।

ଅମିତାଭ ବଚନଙ୍କ ଦ୍ୱାରା ପ୍ରଦର୍ଶିତ ହେଉଥିବା କୌନ ବନେଗା କୋଡ଼ପତି ଧାରାବାହିକର ଏକ ସୋ ଗତ ଶନିବାର ପ୍ରଦର୍ଶୀତ ହୋଇଥିଲା ଓ ଏହି ସୋରେ ଅମିତାଭବଚନ ସୋକ୍ଷୀଙ୍କୁ ପଚାରିଥିଲେଏ, “ହନୁମାନ କାହା ପାଇଁ ସଞ୍ଜିବନୀ ବୁଟି ଆଣିଥିଲେ” । ଉତରର ଦେବା ପାଇଁ ଅମିତାଭ ଅପସନ ରଖିଥିଲେ ସୁଗ୍ରୀବ, ଲକ୍ଷ୍ମଣ, ରାମ ଓ ସୀତା” । କିନ୍ତୁ ସୋନାକ୍ଷୀ ଅମିତାଭଙ୍କର ଏହି ପ୍ରଶ୍ନର ଉତର ଦେଇପାରି ନଥିଲେ । ସୋନାକ୍ଷୀ ଅମିତାଭଙ୍କ ପ୍ରଶ୍ନର ଉତର ଦେଇ ନପାରିବାରୁ ଅମିତାଭ ସୋରେ ମଜା କରି କହିଥିଲେ ଯେ ସୋକ୍ଷୀଙ୍କ ବାନପା ଶତୃଘ୍ନ ଓ ତାଙ୍କ ଭାିମାନେ ହେଉଛନ୍ତି ରାମ, ଲକ୍ଷ୍ମଣ ଓ ଭରତ ।

ରାମ ଓ ରାବଣ ମଧ୍ୟ ଯୁଦ୍ଧ ହେଉଥିବା ସମୟରେ ରାବଣ ପୁଅ ଇନ୍ଦ୍ରଜିତର ଶକ୍ତି ଭେଦ ଶର ଦ୍ୱରା ଲକ୍ଷ୍ମଣ ଆହତ ଓ ମୁର୍ଚ୍ଛିତ ହୋଇପଡ଼ିଥିଲେ ଯୁଦ୍ଧକ୍ଷେତ୍ରରେ । ଲକ୍ଷ୍ମଣଙ୍କୁ ଆରୋଗ୍ୟ କରିବା ପାଇଁ ରାବଣର ରାଜବୈଦ୍ୟ ଶୁଷେଣଙ୍କୁ ଡକାଇ ଆଣିଥିଲେ । ହିମାଳୟରୁ ସଞ୍ଜିବନୀ ବୁଟି ଆଣି ଲକ୍ଷ୍ମଣଙ୍କ କ୍ଷତ ସ୍ଥାନରେ ଲେପନ କରାଗଲେ ସେ ସୁସ୍ଥ ହେବେ ବୋଲି ସୁଷେଣ ପରାମର୍ଶ ଦେବାରୁ ହନୁମାନ ହିମାଳୟକୁ ଯାଇ ସଞ୍ଜିବନୀ ବୁଟି ଆଣିଥିଲେ ଓ ଲକ୍ଷ୍ମଣଙ୍କ କ୍ଷତ ସ୍ଥାନରେ ସଞ୍ଜିବନୀ ବୁଟିର ଲେପ ଦିଆଯିବା ପରେ ସେ ଆରୋଗ୍ୟ ହୋଇଥିଲେ । ରାମାୟଣରେ ବର୍ଣ୍ଣିତ ଏହି କାହାଣୀକୁ ସମଗ୍ର ଭାରତ ବର୍ଷରେ ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ବି ସୋନାକ୍ଷୀ ସିହ୍ନାଙ୍କ ଭଳି ପ୍ରତିଷ୍ଠିତ ଓ ଜଣାଶୁଣା ଲୋକପ୍ରିୟ କଳାକାର ଜାଣିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ସୋରେ ଉପସ୍ଥିତ ଥିବା ୯୭ ପ୍ରତିଶତ ବ୍ୟକ୍ତି ଅମିତାଭଙ୍କ ଏହି ପ୍ରଶ୍ନର ସଠିକ ଉତର ଦେଇଥିଲେ ବି ସୋନାକ୍ଷୀ ଦେଇପାରିନଥିଲେ । ଏବେ ଦୁରଦର୍ଶନରେ ଧାରାବାହିକ ରାମାୟଣ ପୁନର୍ବାର ପ୍ରଦର୍ଶିତ ହେଉଛି । ଧାରାବାହିକ ରାମାୟଣର ପୁନର୍ବାର ପ୍ରଦର୍ଶନ ସୋକ୍ଷୀଙ୍କ ଭଳି ଅନେକଙ୍କୁ ରାମାୟଣ ସମ୍ପର୍କରେ ଜାଣିବାରେ ସାହାଜ୍ୟ କରିବ ବୋଲି ଶକ୍ତିମାନ ଧାରାବାହିକର ମୁଖ୍ୟକଳାକାର ମୁକେଶ ଖାନ୍ନା କହିଛନ୍ତି ।

Leave a Reply

Your email address will not be published.