#IndiaFightsCorona: ମୃତ୍ୟୁଠୁ ସୁସ୍ଥ ହେଉଛନ୍ତି ଅଧିକ, ୬୦ ବର୍ଷ ବୃଦ୍ଧଙ୍କୁ ଅଧିକ ସତର୍କ
ଭୁବନେଶ୍ଵର, (ଓଟି): ନିର୍ଦିଷ୍ଟ କୌଣସି ଔଷଧ ବା ଟୀକା ବ୍ୟବସ୍ଥା ନଥାଇ ମଧ୍ୟ ଭାରତର ଚିକିତ୍ସା ବ୍ୟବସ୍ଥା ଏଯାଏ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭଲ ଖବର ଦେଇ ଆସିଛି। ବିଶ୍ଵରେ ମୃତ୍ୟୁ ହାର ୧୨ ଟପିଥିବାବେଳେ ଭାରତରେ ତାହା ୨.୫ରେ ସୀମିତ ରହିପାରିଛି। ବିଶ୍ଵର କିଛି ଉନ୍ନତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ରାଷ୍ଟଙ୍କ ଭିତରେ ଆମେରିକାରେ କରୋନା ପ୍ରଭାବିତ ଏବଂ ମୃତ୍ୟୁ ହାରକୁ ତୁଳନା କଲେ ଜଣାଯାଏ ଯେ ସମୁଦାୟ ଆକ୍ରାନ୍ତଙ୍କ ୨.୯ ପ୍ରତିଶତଙ୍କ ମୃତ୍ୟୁ ହୁଏ। ଠିକ୍ ସେହିପରା ସ୍ପେନ୍ରେ ଏହି ହାର ୯.୭ ଥିବାବେଳେ ଇଟାଲିରେ ମୃତ୍ୟୁହାର ୧୨.୬କୁ ବି ଟପିଛି। ଏଭଳି କ୍ଷେତ୍ରରେ ଭାରତର ପ୍ରସ୍ତୁତି ନିଶ୍ଚିତ ଭାବେ ଏଠାରେ କରୋନା ପଜିଟିଭ୍ଙ୍କ ପାଇଁ ଅଧିକ ଆଶା ଓ ସମ୍ଭାବନା ସୃଷ୍ଟି କରିଛି।
ସୋମବାର ଦିନ ସ୍ଵାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିବା ଅନୁସାରେ ଯଦିଓ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଭାରତରେ କରୋନା ରୋଗରେ କମ୍ ଆକ୍ରାନ୍ତ ହୋିଛନ୍ତି କିନ୍ତୁ ସେ କ୍ଷେତ୍ରରେ ମୃତ୍ୟୂ ହାର ଅଧିକ ରହିଛି। ସେ କହିଛନ୍ତି ଯେ, ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ମାତ୍ର ୧୯ ପ୍ରତିଶତ ହୋଇଥିଲେ ମଧ୍ୟ ଏମାନଙ୍କ ଭିତରେ ମୃତ୍ୟୁ ହାର ୬୩ ପ୍ରତିଶତ ରହିଛି। ପୁଣି ୪୦ରୁ ୬୦ ବର୍ଷ ବୟସ ଭିତରେ ୩୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହେଉଥିବାବେଳେ ଭାରତରେ ୪୦ ବର୍ଷରୁ କମ୍ ଲୋକଙ୍କ ମୃତ୍ରୁ ହାର ୭ ପ୍ରତିଶତ ରହିଛି।
ମହିଳା କମ୍ ଆକ୍ରାନ୍ତ
ପୁରୁଷ ଓ ମହିଳା ରୋଗୀଙ୍କ ଭିତରେ ଏକ ତୁଳନାତ୍ମକ ବିବରଣୀ ରଖି ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ପୁରୁଷ ଓ ମହିଳା ରୋଗୀଙ୍କ ଭିତରେ ଅନୁପାତ ରହିଛି ୩:୧ ଅର୍ଥାତ୍ ୩ ଜଣ ପୁରୁଷ ଆକ୍ରାନ୍ତ ହେଉଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧। ସେ ଆହୁରି କହିଛନ୍ତି ଯେ, ଯେତିକି ଆକ୍ରାନ୍ତ ସେଥିରୁ ୭୬ ପ୍ରତିଶତ ପୁରୁଷ ହୋଇଥିବାବେଳେ ୨୪ ପ୍ରତିଶତ ହେଉଛନ୍ତି ମହିଳା। ସେହିପରି ୭୩ ପ୍ରତିଶତ ପୁରୁଷ ରୋଗୀଙ୍କ ମୃତ୍ୟୁ ହେଉଥିବାବେଳେ ମହିଳା ରୋଗୀଙ୍କ ଭିତରେ ମୃତ୍ୟୁହାର ୨୭ ପ୍ରତିଶତ।
୨୪ଘଣ୍ଟାରେ ୪୨୦ ବୃଦ୍ଧି
କୋଭିଡ୍୧୯ ଟ୍ରାକର ରେକର୍ଡ଼ ଅନୁସାରେ ଗଲା ୨୪ ଘଣ୍ଟା ଭିତରେ ୫୪ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଭାରତରେ ୧୫ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ଏବଂ ରବିବାରର ତଥ୍ୟକୁ ହିସାବ କଲେ ପୂର୍ବ ୨୪ ଘଣ୍ଟା ଭିତରେ ମୃତ୍ୟୁ ସଂଖ୍ୟା ୧୯ ଥିବାବେଳେ ସମୁଦାୟ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଅର୍ଥାତ୍ ଦେଶରେ ସୁସ୍ଥ ହୋଇ ଘରକୁ ଫେରୁଥିବା ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏହା ପ୍ରାୟ ୩.୫ ପ୍ରତିଶତ ବୋଲି ଜଣାପଡ଼ିଛି।
ଏବେ ସମୁଦାୟ ୩୮୪୩ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଭାରତରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୨୮୯। ସମୁଦାୟ କୋଭିଡ୧୯ ମୃତ୍ୟୁ ସଂଖ୍ୟା ରହିଛି ୧୧୮ ଏବଂ ସମୁଦାୟ ୩୨୮ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜଣାପଡ଼ିଛି। ଗଲା ୨୪ ଘଣ୍ଟା ଭିତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪୨୦ ରହିଛି।
ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟର ସ୍ଥିତି କ’ଣ ରହିଛି
STATE/UT
|
CONFIRMED
|
ACTIVE
|
RECOVERED
|
DECEASED
|
---|---|---|---|---|
MAHARASHTRA
|
868 | 746 | 70 | 52 |
TAMIL NADU
|
621 | 603 | 13 | 5 |
DELHI
|
525 | 502 | 16 | 7 |
TELANGANA
|
364 | 320 | 33 | 11 |
KERALA
|
327 | 266 | 59 | 2 |
UTTAR PRADESH
|
305 | 281 | 21 | 3 |
ANDHRA PRADESH
|
303 | 295 | 5 | 3 |
RAJASTHAN
|
301 | 274 | 25 | 2 |
MADHYA PRADESH
|
256 | 230 | 11 | 15 |
KARNATAKA
|
163 | 139 | 20 | 4 |
GUJARAT
|
146 | 112 | 22 | 12 |
HARYANA
|
110 | 79 | 29 | 2 |
JAMMU AND KASHMIR
|
109 | 103 | 4 | 2 |
WEST BENGAL
|
80 | 67 | 10 | 3 |
PUNJAB
|
79 | 68 | 4 | 7 |
ODISHA
|
40 | 38 | 2 | – |
BIHAR
|
32 | 22 | 9 | 1 |
UTTARAKHAND
|
31 | 27 | 4 | – |
ASSAM
|
26 | 26 | – | – |
CHANDIGARH
|
18 | 13 | 5 | – |
HIMACHAL PRADESH
|
18 | 15 | 1 | 2 |
LADAKH
|
14 | 4 | 10 | – |
ANDAMAN AND NICOBAR ISLANDS
|
10 | 10 | – | – |
CHHATTISGARH
|
10 | 2 | 8 | – |
GOA
|
7 | 7 | – | – |
PUDUCHERRY
|
5 | 5 | – | – |
JHARKHAND
|
4 | 4 | – | – |
MANIPUR
|
2 | 1 | 1 | – |
ARUNACHAL PRADESH
|
1 | 1 | – | – |
DADRA AND NAGAR HAVELI
|
1 | 1 | – | – |
MIZORAM
|
1 | 1 | – | – |
TRIPURA
|
1 | 1 | – | – |
TOTAL
|
4778 | 4263 | 382 | 133 |