#OdishaFightsCorona: କାଶ, ଛିଙ୍କ, ଜ୍ବର ହେଲେ ଫୋନ୍ କରନ୍ତୁ 14410, ସମ୍ପୂଣ୍ଣ ମାଗଣା
ଭୁବନେଶ୍ଵର, (ଓଟି): ଲୋକଙ୍କ ଭାଗିଦାରୀରେ କରୋନାକୁ ପରାସ୍ତ କରିବା ଲାଗି ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଘୋଷଣା କରିଛନ୍ତି। 104 କରୋନା ହେଲ୍ପଲାଇନ୍ ସହ ସରକାର ଆଉ ଏକ ଟେଲିମେଡିସିନ୍ ହେଲ୍ପଲାଇନ୍ ଘୋଷଣା କରିଛନ୍ତି। ଏହି ହେଲ୍ପଲାଇନ୍ର ନମ୍ବର ରହିଛି 14410. ଏହି ଟେଲିଫୋନ୍ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପୁଣି ଆପଣ ଫୋନ୍ କଲେ ରାଜ୍ୟ ତଥା ଦଶେର ବିଶେଷଜ୍ଞ ଡାକ୍ତରମାନେ ଆପଣଙ୍କୁ ନିଃଶୁଳ୍କ ପରାର୍ଶ ଦେବେ।
ଏବେ କରୋନା ସଂକ୍ରମଣ ହେତୁ ରାଜ୍ୟରେ ଅନ୍ୟ ଡାକ୍ତରୀସେବା ପ୍ରଭାବିତ ହୋିଥିବା ନଜରକୁ ଆସିଛି। ଏପରିକି ଲୋକେ ନିଜ ଭିତରେ କୌଣସି ସଂକ୍ରମଣ ଦେଖିଲେ ବି ଡାକ୍ତରଙ୍କ ପାଖକୁ ଯାଉ ନାହନା୍ତି। ପୁଣି ଡାକ୍ତରଖଶନା ଅଧିକ ସଂକ୍ରମଣ କରାଇବା ଆଶଙ୍କା ରହୁଛି। ଏଭଳି ପରିସ୍ଥିତିରେ ଲୋକଙ୍କ ସାଘେଙ୍ଗରେ ରହିବା ବା କରୋନା ସହ ଲଢ଼ିବା ଲାଗି ଏକ ବପରିବେଶ ସୃଷ୍ଟି କରିବାଲାଗି ଏପରି ଏକ ହେଲ୍ପ ଲାଇନ୍ ଗ୍ରହଣୀୟ ହେବ ବୋଲି ଆଶା କରାଯାଇଛି।
ଏହାକୁ କୋଭିଡ୍୧୯ ଟେଲିମେଡିସିନ୍ ହେଲ୍ପଲାଇନ୍ ନମ୍ବର ବୋଲି ଘେଶଷଣା କରାଯାଇଛି। ରାଜ୍ୟ ସରକାର ଏହି ଟେଲିମେଡିସିନ୍ ପ୍ଲାଟ୍ଫର୍ମରେ ପରାମର୍ଶ ଦେବା ଲାଗି ରାଜ୍ୟ ତଥା ଦେଶର ଇଚ୍ଛୁକ ଡାକ୍ତରମାନଙ୍କଠାରୁ ଆଗ୍ରହ ଆହ୍ବନ କରିଛନ୍ତି। ସେମାନେ ଯେଉଠାରେ ଥିଲେ ବି ଟେଲିଫୋନ୍ ଯୋଗେ ଲୋକଙ୍କ ସହ କଥା ହୋଇପାରିବେ। ଏବଂ ଆବଶ୍ୟକ ପରାମର୍ଶ ଦେଇପାରିବେ।
ଏପରି ପରାମର୍ଶ ଦ୍ଵାରା ଡାକ୍ତରଖାନା ଉପରେ ବୋଝ କମିବ। ପୁଣି ରୋଗୀଙ୍କୁ ଘଷର ରହି ତାଙ୍କୁ ଚିକିତ୍ସା ଓ ନିଦାନର ପରାମଶର୍ର୍ ଦିଆଯାଇପାରିବ। ଲୋକେ ନିଜ ରୋଗକୁ ଲୁଚାଇବେ ନାହିଁ କି ମେଡିସିନ୍ ଷୋ୍ଟାରୁ ପଚାରି ମନଇଚ୍ଛା ଔଷଧ ଖାଇବେ ନାହିଁ ବୋଲି ଆଶା କରାଯାଇଛି। ପୁଣି ଯଦି କରୋନା ଲକ୍ଷଣ ବଜାୟ ରହିଲା ତେବେ ସରକାର ତାଙ୍କ ପାଇଁ ଆବଶ୍ୟକ ପରୀକ୍ଷଣ ବବ୍ୟବସ୍ଥା କରାଇବେ।
କରେନା ପାଇଁ ଏବେ ରାଜ୍ୟ ସରକାର ରୋଗୀର ସମସ୍ତ ଖର୍ଚ ବହନ କରିବେ ବୋଲି ଘାଷଣା କରିଛନ୍ତି। ପୁଣି ରାଜ୍ୟର ୭ଟି ସ୍ଥାନରେ ସ୍ଵତନ୍ତ୍ର କରୋନା ହସ୍ପିଟାଲ୍ ଖୋଲିଛନ୍ତି। ଜରୁରୀକଳୀନ ସମୟରେ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବା ଲାଗି ସରକାରଙ୍କ ଏହି ଉଦ୍ୟମ ଉଦ୍ଦିଷ୍ଟ।