#କୋଭିଡ୍-୧୯: ଭିଡ଼ ଦେଖି ବଦଳିଲା ନିୟମ

ଭଦ୍ରକ (ଓଟି): ମହାମାରୀ କରୋନା ପାଇଁ ଜନତାଙ୍କ ହିତ ଦୃଷ୍ଟିରୁ ରାଜ୍ୟର ୩ଟି ସହରରେ ଏକାସାଥୀରେ ଲାଗିଥିଲା କଟକଣା। ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ଭଦ୍ରକ ସହର ଗତ ଶୁକ୍ରବାର ରାତି ୮ଟାରୁ ସଟ୍‌ଡାଉନ୍‌ରେ ରହିଥିବାବେଳେ ରବିବାର ରାତି ୮ଟାରେ ତାହା ଉଠିଥିଲା। କିନ୍ତୁ ସାମାଜିକ ଦୂରତ୍ୱ ପାଇଁ ସବୁଠି ଗୁରୁତ୍ଵ ଦିଆଯାଉଥିବାବେଳେ ଭଦ୍ରକରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆହୁରି କଡ଼ା କରିଛି କଟକଣା। ଜାରି ହୋଇଛି ନୂଆ ନିୟମ।

ନୂଆ ନିୟମ

  • ପରିବା ହାଟ ସହ ତେଜରାତି ଦୋକାନ ସକାଳ ୬ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ।
  • କ୍ଷୀର ଓ ଫଳ ଦୋକାନ ସକାଳ ୬ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।
  • ହେଲେ କୌଣସି ସମୟରେ ବି ବିନା ଅନୁମତିରେ ବାଇକ ବା ବ୍ୟକ୍ତିଗତ ଗାଡି ଚଳାଚଳ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନା ଅନୁସାରେ ଲକଡାଉନ ଜାରି ରହିଥିବାବେଳେ ଜରୁରୀ ସାମଗ୍ରୀ ପାଇଁ କୋହଳ ସମୟ ଦିଆଯାଇଛି। କିନ୍ତୁ ଲୋକଙ୍କ ଭିଡ଼ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ଉପରୋକ୍ତ ନୂଆ ସମୟ ଧାର୍ଯ୍ୟ କରିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ବଜାରରେ ଅଧିକ ଭିଡ଼ ନ କରିବା ପାଇଁ ପ୍ରଶାସନ ଉଦ୍ୟମ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଥିବା ବେଳେ ବାଇକ୍ ଓ ଘରୋଇ ଗାଡ଼ି ଉପରେ ଲଗାମ ଲଗାଇଛି ଭଦ୍ରକ ଜିଲ୍ଲା ପ୍ରଶାସନ।

Leave a Reply

Your email address will not be published. Required fields are marked *