କରୋନା ରୋକିବାକୁ ସମ୍ବଲପୁରରେ ଶିଳ ଶିଳପୁଆ ପୂଜା

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଶ୍ଵ ଅବିରତ ସଂଗ୍ରାମ କରି ମଧ୍ୟ ସଫଳତା ପାଇପାରୁ ନାହିଁ। ଫଳରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଏ ଭିତରେ ମୃତ୍ୟୁ ସଂଖ୍ୟା ୬୦ ହଜାର ଛୁଇଁଛି। ଆଉ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଲୋକେ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି।

ଲୋକଙ୍କ ବିଶ୍ଵାସ ଓ ଆସ୍ଥାକୁ ଭିତ୍ତିକରି କିଛି ଲୋକ ଗୁଜବ କରିବାକୁ ପଛାଉ ନାହାନ୍ତି। ଆଉ ସେହି ଗୁଜବକୁ ଆଧାର କରି ଲୋକ ବିଶ୍ଵାସ ଜନ୍ମାଇବାକୁ ବି ପଛାଉ ନାହାନ୍ତି।

ପ୍ରଥମେ ଗୁଜବ ପରେ ଲୋକଙ୍କ ବିଶ୍ଵାସ ଓ ତା ପଛକୁ ପଛ ଲୋକଙ୍କ ଶିଳ ଶିଳପୁଆ ପୂଜା ଏବେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି। ଶିଳ ଉପରେ ଶିଳପୁଆ ଠିଆ ହୋଇଥିବାର ଦୃଶ୍ୟକୁ ଲୋକେ ପୂଜା କରୁଛନ୍ତି। ସନ୍ଧ୍ୟା ଯେତିକି ବଢ଼ୁଛି ଏ ମାତ୍ରା ସେତିକି ଭାଇରାଲ୍‌ ହେଉଛି।

ଘଟଣା ସମ୍ପର୍କରେ ଅନୁସନ୍ଧାନ ପରେ ଜଣାପଡ଼ିଛି ଯେ, ଏହି ଗୁଜବ କେହି ଜଣେ ରେଙ୍ଗାଳୀରୁ ଆରମ୍ଭ କରିଛନ୍ତି। ସେଠାରେ ଶିଳ ଉପରେ ଚାଉଳ ରଖି ତା’ ଉପରେ ଶିଳ ପୁଆକୁ ଠିଆ କରୁଛନ୍ତି। ସାଧାରଣତଃ ଶିଳପୁଆର ଦୁଇ ଅଗ୍ରଭାଗ ଗୋଲାକାର ହୋଇଥିବାରୁ ଏହା ଠିଆ ହୋଇପାରେ ନାହିଁ। କିନ୍ତୁ ଲୋକେ ତାକୁ ଚାଉଳ ଦେି ଠିଆ କରାଇ ଏହାକୁ ଆସ୍ଥାର ପ୍ରତୀକ ବୋଲି କହୁଛନ୍ତି।

ସନ୍ଧ୍ୟାବେଳେ ଅଗଣାରେ ଶିଳପୁଆକୁ ଶିଳ ଉପରେ ଠିଆ କରାଇ ତାହାକୁ ଦୀପ ଧୂପ ଦେଇ ପୂଜା କଲେ ତାହା କରୋନା ରୋଗରୁ ମୁକ୍ତି ଦେବ ବୋଲି ଲୋକେ ବିଶ୍ଵାସ କରୁଛନ୍ତି। କିନ୍ତୁ ଏହା ପଛରେ କୌଣସି ବୈଜ୍ଞାନିକ କାରଣ ନାହିଁ।

Leave a Reply

Your email address will not be published.