#କୋଭିଡ୍-୧୯ ମୁକାବିଲା: ଭାକସିନ୍ ନେଇ ୧୪ ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ଵ ପାଇଁ ମହାବିପଦ ସୃଷ୍ଟି କରିଛି। ଦିନକରେ ୬ ହଜାର ମୃତ୍ୟୁ ହୋଇଯାଇଥିବା ବେଳେ ବିଭିନ୍ନ ଦେଶ ତତ୍କାଳୀନ ଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଭୂତାଣୁ ସୃଷ୍ଟିର କେନ୍ଦ୍ରସ୍ଥଳ ଚୀନ୍‌ରୁ ହିଁ ମିଳିଛି ଆଉଏକ ଆଶ୍ଵସ୍ତିକର ଖବର। ଗତ ମାର୍ଚ୍ଚ ୧୭ରୁ କୋଭିଡ-୧୯ ପାଇଁ ଚୀନ୍‌ ପ୍ରସ୍ତୁତ କରିଥିବା ଭାକସିନର କ୍ଲିନିକାଲ ଟେଷ୍ଟ୍ ଆରମ୍ଭ ହୋଇଯାଇଛି। ମଣିଷ ଶରୀରରେ ଏହି ପରୀକ୍ଷଣ ହୋଇଥିବାବେଳ ଫଳାଫଳ ସକାରାତ୍ମକ ରହିଛି।

ସୂଚନା ଅନୁସାରେ କ୍ଲିନିକାଲ ଟ୍ରାଏଲ ପାଇଁ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ୧୦୮ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୪ଜଣ ଭାକସିନର ପରୀକ୍ଷଣର ଅବଦ୍ଧି ସମ୍ପୂର୍ଣ୍ଣ କରିଥିଲେ। ୧୪ଦିନ କ୍ୱାରେଣ୍ଟାଇନରେ ରହିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଉହାନ ସହରରେ ହିଁ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ଟେଷ୍ଟିଂ ପରେ ଘରକୁ ପଠାଯାଇଥିବା ସମସ୍ତ ୧୪ଜଣ ସୁସ୍ଥ ଅଛନ୍ତି। ତେବେ ୧୦୮ ଜଣଙ୍କୁ ୩ଟି ଗ୍ରୁପରେ ଭାଗ କରାଯାଇ ପରୀକ୍ଷଣ କରାଯାଇଥିଲା ଏବଂ ଭିନ୍ନ ଭିନ୍ନ ଦିନରେ ଭାକସିନ୍ ଦିଆଯାଇଥିଲା। ସମସ୍ତେ କ୍ୱାରେଣ୍ଟାଇନ୍ ଅବଧି ପୂରଣ କରିବା ପାଇଁ ରହିଥିବାବେଳେ  କିଛି ସପ୍ତାହ ମଧ୍ୟରେ ଘରକୁ ପଠାଯିବ ବୋଲି ଜଣାପଡ଼ିଛି। ଏଥିସହ ସମସ୍ତଙ୍କୁ ୬ ମାସ ଯାଏଁ କଡ଼ା ନଜରରେ ରଖାଯିବ ଏବଂ ସେମାନଙ୍କ ରକ୍ତ ନମୁନା ପରୀକ୍ଷଣ ପରେ ବଜାରକୁ ଭାକିସନ୍ ଛଡ଼ାଯିବ ବୋଲି ଜଣାପଡ଼ିଛି।

ସ୍ଵତନ୍ତ୍ର ଟିମ୍‌ ସହାୟତାରେ ଭାକସିନ୍‌ ପ୍ରସ୍ତୁତ କରିଥିବା ଚୀନର ସବୁଠାରୁ ବଡ଼ ବାୟୋ ଓ୍ୱାରଫେୟାର ବୈଜ୍ଞାନିକ ଚେନ୍ ବି କକହିଛନ୍ତି ଯେ ସମ୍ପୂର୍ଣ୍ଣ ପରୀକ୍ଷଣ ପରେ ଏହାକୁ ଅନ୍ୟ ଦେଶକୁ ପ୍ରଦାନ କରାଯିବ।

Leave a Reply

Your email address will not be published.