ଓଡ଼ିଶାରେ କରୋନା ସୁପର ସ୍ପ୍ରେଡର: ଜାଣନ୍ତୁ କିଏ ଓ କାହିଁକି

 

ଭୁବନେଶ୍ଵର, (ଓଟି): ରାଜ୍ୟରେ କରୋନା ମାତିଛି। ଶୁକ୍ରବାରଦିନ ୧୫ଜଣ ରୋଗୀଙ୍କ ଦେହରେ କରୋନା ସଂକ୍ରମଣକୁ ଚିହ୍ନଟ କରିବା ପରେ ସାରା ରାଜ୍ୟରେ ପରିସ୍ଥିତି ସାଂଘାତିକ ହୋଇଛି। ଆଗକୁ ବିପର୍ଯ୍ୟୟ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ରାଜ୍ୟର ବିଭିନ୍ନ ସହରକୁ ସମ୍ପୂଣ୍ଣ ବନ୍ଦ କରାଯାଇ ରୋଗୀଙ୍କ ସଂସ୍ପର୍ଶ ଆସିଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପରିସ୍ଥିତିରେ ରାଜ୍ୟରେ ଦୁଇଟି ବିଷୟକୁ ସଂକ୍ରମଣର ମୁଖ୍ୟ ବାହକ ଭାବେ ଗ୍ରହଣ କରାଯାଉଛି। ଗୋଟିଏ ହେଉଛି ନୂଆଦିଲ୍ଲୀର ନିଜାମ୍ମୁଦ୍ଦିନଠାରେ ଆୟୋଜିତ ତବ୍‌ଲିଘି ଜମାତ୍‌ ଧାର୍ମିକ ସଭାରୁ ଫେରିଥିବା ବ୍ୟକ୍ତି ଏବଂ ଅନ୍ୟଟି ହେଉଛି ଦେଶ ବା ରାଜ୍ୟ ବାହାରକୁ ନଯାଇ ସଂକ୍ରମଣର ଶିକାର ହୋଇଥିବା ଭୁବନେଶ୍ଵର ସୂର୍ଯ୍ୟନଗର ବାସିନ୍ଦା  ତଥା ପଞ୍ଚମ କରୋନା ରୋଗୀଙ୍କୁ ଏବେ ଓଡ଼ିଶାରେ କରୋନା ଭୁତାଣୁର ସୁପର ସ୍ପ୍ରେଡର ଭାବେ ଆଶଙ୍କା କରାଯାଉଛି। କାରଣ ଏହି ବ୍ୟକ୍ତିଙ୍କଠାରୁ  ତାଙ୍କ ପରିବାର ଓ ଭଡ଼ାଟିଆଙ୍କ ଦେହରେ କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଏବେ ତାଙ୍କ ସଂ ସମ୍ପର୍କିତ ୭ ଜଣଙ୍କଠାରେ ଭୁତାଣୁ ଚିହ୍ନଟ କରାଯାଇଛି।

କିଏ ସୁପର ସ୍ପ୍ରେଡର

କରୋନା ଭୁତାଣୁର ସଂକ୍ରମଣକାରୀ ଯିଏ ଏହି ମହାମାରୀକୁ ବ୍ୟାପ୍ତ କରିବାରେ ଜାଣତ ବା ଅଜାଣତରେ ବାହକ ସାଜିଥାଆନ୍ତି ତାଙ୍କୁ ସୁପର ସ୍ପ୍ରେଡର କୁହାଯାଏ। କିଛି ଲୋକ ରୋଗର ଲକ୍ଷଣ ବାଦରେ ଅବଗତ ନଥାଇ ମଧ୍ୟ ଏହି ସଂକ୍ରମଣର ବାହକ ହୋଇଥାଆନ୍ତି। ଜଣେ ସୁପର ସ୍ପ୍ରେଡର ଶହ ଶହ ବା ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଶରେ ଆଣି ରୋଗକୁ ପ୍ରସାରିତ କରିଥାଏ। ଏହି ସୁପର ସ୍ପ୍ରେଡର ଶବ୍ଦଟି ଅନେକ ପୁରୁଣା। ୧୮୬୦ ଦଶକରେ ଜଣେ ମହିଳା ନିଜେ ଟାଇଫଏଡ୍‌ ରୋକା୍ରାନ୍ତ ନହୋଇ ମଧ୍‌ୟ ଆନକଙ୍କ ଶରୀରରେ ଟାଇଫଏଡ୍‌ ବେମାରୀ ସୃଷ୍ଟି କରିବାରେ ସହା୍ରକ ହୋଇଥିଲେ। ଏହାଦ୍ଵାରା ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ମହିଳାଙ୍କ ନାଁ ଥିଲା ମ୍ୟାରି ମ୍ୟାଲନ। ଏହା ଜଣାପଡ଼ିବା ପରେ ତାଙ୍କୁ ବାଧ୍ୟ ହୋଇ ଦେଶାନ୍ତର କରାଯାଇଥିଲା। ଅନେକ ବର୍ଷ କ୍ଵାରେଣ୍ଟାଇନ୍‌ରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

 

ଭାରତରେ କରୋନା ସୁପର ସ୍ପ୍ରେଡର

ମୁମ୍ବାଇ

ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ମୁମ୍ବାଇ ସହରର ପ୍ରଭାଦେବୀଠାରେ ଜଣେ ମହିଳା ଯାହାଙ୍କ ବୟସ ପାଖାପାଖି ୬୫ ବର୍ଷ ହେବ ତାଙ୍କୁ ସୁପର ସ୍ପ୍ରେଡର ଭାବେ ଗ୍ରହଣ କରାଯାଉଛି। ସେ ସେଠାର ଏକ ବଜାରରେ ଲୋକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିଥାଆନ୍ତି। ତାଙ୍କୁ ପ୍ରଥମେ କୋଭିଡ୍‌ ୧୯ର ଶିକାର ହୋଇଥିବା ଚିହ୍ନଟ କରାଯାଇଥିଲା। ଏହା ପରେ ତାଙ୍କଠାରୁ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିବା ଶତାଧିକ ଲୋକଙ୍କୁ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନିତ କରାଯାଇଥିଲା। ତାଙ୍କର ସମ୍ପୂଣ୍ଣ ପରିବାର ମଧ୍ୟ  କରୋନା ପ୍ରଭାବିତ ହୋଇଥିଲେ।

ଦିଲ୍ଲୀ

ସାଉଦି ଆରବରୁ ଆସିଥିବା ଜଣେ ରୋଗୀଙ୍କୁ ପରାମର୍ଶ ଦେବା ପରେ ଦିଲ୍ଲୀର ଏକ ମୋହଲ୍ଲା କ୍ଲିନିକ୍‌ରେ କାମ କରୁଥିବା ଜଣେ ଡାକ୍ତରଙ୍କୁ କରୋନା ପଜିଟିଭ୍‌ ବୋଲି ଚିହ୍ନିତ କରାଯାଇଥିଲା। ଏହାପରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ୯୦୦ ଲୋକଙ୍କୁ ଦିଲ୍ଲୀ ସରକାର ଏବେ ଏକାନ୍ତରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କଠାରେ ଭୁତାଣୁ ପରୀକ୍ଷଣ କରାଯିବ।

ରାଜସ୍ଥାନର ଭିଲ୍‌ୱାଡ଼ା

ରାଜସ୍ଥାନର ଭିଲ୍‌ୱାଡ଼ାରେ ଜଣେ ଡାକ୍ତରଙ୍କ ଦେହରେ କରୋନା ଭାଇରସ୍‌ର ଲକ୍ଷଣ ଦେଖାଯାଇ ନଥିଲେ ମଧ୍ୟ ସେ ସାଉଦି ଆରବରୁ ଆସିଥିବା ତାଙ୍କ ସମ୍ପର୍କୀୟଙ୍କୁ  ଘରେ ରଖିଥିଲେ। ପରବର୍ତ୍ତୀ ସମୟରେ ସେ ସୁପର ସ୍ପ୍ରେଡର ଭାବେ ପରିଚିତ ହୋଇଛନ୍ତି। ସେ କାମ କରୁଥିବା ହସ୍‌ପିଟାଲ୍‌ର ଅନ୍ୟ ୧୬ ଜଣଙ୍କୁ କୋଭିଡ୍‌ ୧୯ରେ ସଂକ୍ରମଣ କରିଥିଲେ। ଏହି ଡାକ୍ତରଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ୮ ହଜାର ଲୋକଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି।

 ପଞ୍ଜାବ

ନୱନଶର ଜିଲ୍ଲର ପଥୱାଲା ଗାଁରେ ବଲଦେବ୍‌ ସିଂ ନାମରେ ଜଣେ ଗାଁ ଗୁରୁଦ୍ଵାର ଗ୍ରନ୍ଥୀଙ୍କୁ ସୁପର ସ୍ପ୍ରେଡର ଭାବେ ଆଖ୍ୟା ଦିଆଯାଇଛି। ସେ ପଡ଼ୋଶୀ ଦୁଇଜଣଙ୍କ  ଧାର୍ମିକ ସମାବେଶରେ ଯୋଗ ଦେବା ଲାଗି ଜର୍ମାନୀ ଓ ଇଟାଲୀ ଯାତ୍ରା କରିଥିଲେ। ମାର୍ଚ ୭ କାରିଖରେ ଭାରତ ଫେରିବା ପରେ ସିଂ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଡାକ୍ତରଖାନାରେ ତାଙ୍କୁ ପଜିଟିଭ୍‌ ଚିହ୍ନଟ କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତକୁ ଫେରିବା ପରେ ସେ ହୋମ୍‌ କ୍ଵାରେଣ୍ଟାଇନ୍‌ ନିୟମକୁ ଭାଙ୍ଗିଥିଲେ। ଏହା ସହ ସେ ହୋଲା ମହୋଲ୍ଲା ପର୍ବରେ ଯୋଗ ଦେଇଥିଲେ ଯେଉଁଠାରେ ୧୦ ହଜାରରୁ ଅଧି କଲୋକଙ୍କ ସମାଗମ ହୋଇଥିଲା। ତାଛଡ଼ା ଲୋକଙ୍କୁ ଆଶୀର୍ବାଦ ପ୍ରଦାନ କରିବାକୁ ସେ ଅନେକଙ୍କ ଘରକୁ ଯାଇଥିଲେ।  ପଞ୍ଜାବରେ ଯେଉଁ ୩୩ ଜଣଙ୍କୁ ପ୍ରଥମେ କରୋନା ପଜିଟିଭ୍‌ ବୋଲି ଚିହ୍ନିତ କରାଯାଇଥିଲା ସେମାନଙ୍କ ଭିତରୁ ୩୨ଜଣ ଶ୍ରୀ ସିଂହଙ୍କ ସଂସ୍ପର୍ଶରେ ଆସିଥିଲେ।

ତାବ୍‌ଲିଘି ଜମାତ୍‌- ଦିଲ୍ଲୀ, ନିଜାମୁଦ୍ଦିନ

ମାର୍ଚ ପ୍ରଥମ ସପ୍ତାହରେ ତାବଲିଘି ଜମାତ୍‌ ଏହାର ନୂାଦିଲ୍ଲୀ ମୁଖ୍ୟାଳୟରେ ଏକ ଧାର୍ମିକ ସଭା ଆୟୋଜନ କରିଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ସେମାନଙ୍କ ଭିତରେ ଭାରତ ଏବଂ ଭାରତ ବାହାରର ଅଂଶଗ୍ରହଣକାରୀ ସାମିଲ୍‌ ଥିଲେ। ସାଉଦିଆରବ, ମାଲେସିଆ, ଇଣ୍ଡୋନେସିଆ ପରି ରାଷ୍ଟ୍ର ଯେଉଁଠାରେ କୋଭିଡ୍‌ ୧୯ ଆଗରୁ ସଂକ୍ରମିତ ହୋଇଥିଲା ସେହି ଦେଶର ନାଗରିକ ବି ସାମିଲ୍‌ ଥିଲେ।

ଏହି ସମ୍ମିଳନୀରେ ଯୋଗ ଦେଇଥିବା ଅନେକ ଲୋକ କୋଭିଡ୍‌ ୧୯ରେ ଆକ୍ରାନ୍ତ। ସେମାନଙ୍କ ଭିତରୁ ମାର୍ଚ ୩୧ ତାରିଖ ଦିନ ତେଲେଙ୍ଗାନାଠାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ଅଂଶଗ୍ରହକାରୀ ପରେ ବିଭିନ୍ନ ରାଜ୍ୟକୁ ଯାଇଥିଲେ। ଏହି ସଂକ୍ରମଣ ସେତେବେଳ ଯାଏ ଜଣା ପଡ଼ି ନଥିଲା ଯେତେବେଳଯାଏଁ ଜଣେ ୬୫ ବର୍ଷୀୟ ଜମ୍ମୁ କଶ୍ମୀରେ ସଂକ୍ରମଣ ହେତୁ ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସି ନଥିଲା।  ଗୁରୁବାରଦିନ ତାଙ୍କ ମୃତ୍ୟୁ ହୋଇଥିଲା।

ପରବର୍ତ୍ତୀ ସମୟରେ ତାମିଲ୍‌ନାଡ଼ୁ, ତେଲଙ୍ଗାନା, କେରଳ, ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ରାଜ୍ୟଗୁଡ଼ିକରେ ଜମାତ୍‌ ଫେରନ୍ତା ଏବଂ ତାଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କୋଭିଡ୍‌ ୧୯ ପଜିଟିଭ୍‌ ଚିହ୍ନିତ ହୋଇଥିଲେ।

Leave a Reply

Your email address will not be published.