କରୋନା ପାଇଁ ଶଟ୍‌ଡାଉନ୍‌: ୨୪ ଘଣ୍ଟାରେ ପରୀକ୍ଷଣ ପାଇଁ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କୁ ନବୀନଙ୍କ ଅନୁରୋଧ

ଭୁବନେଶ୍ଵୀ, (ଓଟି): ରାଜଧାନୀ ସମେତ କଟକ ଓ ଭଦ୍ରକରେ ଜୀବନଯାତ୍ରା ସମ୍ପୂଣ୍ଣ ଠପ୍‌ ଆଦେଶ ଦିଆଯାଇଥିବା ବେଳେ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଉଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି। ଏଥିରେ ସମସ୍ତ ଓଡ଼ିଶାବାସୀଙ୍କୁ ସ୍ଥିର ଚିତ୍ତ ଓ ବିନା ଭୟରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସରକାର ନାଗରିଙ୍କ ସହ ଅଛନ୍ତି ଏଣୁ ଡରିବାର କିଛି ନାହିଁ ବୋଲି ଅଭୟବାଣୀ ଦେବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି।

ଏହି ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କୁ ତୁରନ୍ତ ୨୪ ଘଣ୍ଟା ଭିତରେ ପରୀକ୍ଷଣ ପାଇଁ ହାଜର ହେବାକୁ କହିଛନ୍ତି। ‘ଏଥିରେ ବିଳମ୍ବ କରନ୍ତୁ ନାହିଁ, ବିଳମ୍ବ କଲେ ଆପଣ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରନ୍ତି ବୋଲି ସେ ଚେତବନୀ ବି ଦେଇଛନ୍ତି। ‘ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସକାଳ ୭ଟା୫୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବାର୍ତ୍ତା ପ୍ରେରଣ କରାଯାଇଛି। ଏଥିରେ ଶ୍ରୀ ପଟ୍ଟନାୟକ କହିଛନ୍ତି,

ପ୍ରିୟ ଭାଇଓ ଭଉଣୀମାନେ ନମସ୍କାର।

କେବଳ ସଚେତନତା ଦ୍ଵାରା ହିଁ ଆମେ କରୋନା ସଂକ୍ରମଣକୁ ରୋକିପାରିବା। କରୋନାକୁ ଡରିବାର ନାହିଁ। କିନ୍ତୁ ଆମକୁ ସାବଧାନ ରହିବାକୁ ହେବ।

ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗ ଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟେଲ୍‌ଫ୍ରି ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି। ମା’ ମାମନଙ୍କୁ ମୋର ଅନୁରୋଧ ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।

କରୋନା ମାନବଜାତିର ସବୁଠାରୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ମୁଁ ପୁଣିଥରେ ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ୨୪ ଘଣ୍ଟା ଭିତରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ବିଳମ୍ବ କରନ୍ତୁ ନାହିଁ। ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ।

‘ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବଜାତିର ବହୁତ ବଡ଼ ଉପକାର କରିବ।’

 

Leave a Reply

Your email address will not be published.