କରୋନା ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗଲା ୩୪ ସ୍ୱାବ ଓ ରକ୍ତ ନମୁନା
କେନ୍ଦ୍ରାପଡା଼:କେନ୍ଦ୍ରପଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜାଣିବା ପାଇଁ ଜିଲ୍ଲାରୁ ଗତ ୧ ତାରିଖରେ ମୋଟ ୩୪ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଓ ରକ୍ତ ନମୁନା ପରିକ୍ଷା ପାଇଁ ପଠା ଯାଇଛି । ନିଜାମ୍ମୁଦ୍ଦିନ ଧର୍ମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିକୁ ଫେରିଆସିଥିବା ମୌଲବୀଙ୍କ ସ୍ୱାବ ଓ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଏହାସହ ଜିଲ୍ଲାକୁ ବିଦେଶରୁ ଫେରିଥିବା ୯ ଜଣଙ୍କ ସ୍ୱାବ ଓ ରକ୍ତ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ସମ୍ପୃକ୍ତ ମୌଲବୀଙ୍କୁ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ଼-୧୯ ହସପିଟାଲରେ ଭର୍ତୀ କରାଯାଇଛି । ଏଥିସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ କ୍ୱାରେଂଟାଇନରେ ରଖାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ମୌଲବୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୀକ୍ଷ୍ମ ନଜର ରଖାଯିବା ସହ ପ୍ରତିଦିନ ଟିକନିଖ ଖବର ରଖାଯାଉଛି ।