ରାଜ୍ୟରେ ବଢ଼ିଲା କୋଭିଡ ୧୯ ସଂକ୍ରମଣ ସଂଖ୍ୟା: ଭୁବନେଶ୍ଵରରେ ୫ମ କରୋନା ରୋଗୀ

ଭୁବନେଶ୍ଵର, (ଓଟି): ଲଗାତାର ଦୁଇଦିନରେ ଦୁଇଜଣ କରୋନା ରୋଗୀଙ୍କୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି।

ଏକ ବାର୍ତ୍ତାରେ ସ୍ଵାସ୍ଥ୍ୟ ବିଭାଗ କହିଛି ଯେ, ଭୁବନେଶ୍ଵରରେ ୫ମ କରୋନା ରୋଗୀଙ୍କୁ ଠାବ କରାଯାଇଛି।  ଏମ୍ସ ହସ୍ପିଟାଲ୍‌ରେ ସାମ୍ପଲ୍‌ ପରୀକ୍ଷଣ ବେଳେ ଏହି ରିପୋର୍ଟ ହସ୍ତଗତ ହୋଇଛି। ସମ୍ପୃକ୍ତ ରୋଗୀଙ୍କ ବୟସ ୬୦ ବର୍ଷ। ଏବଂ ତାଙ୍କ ଘର ଭୁବନେଶ୍ଵରର ସୂର୍ଯ୍ୟ ନଗରରେ। କୋଭିଡ୍‌ ସପଜିଟିଭ୍‌ ସହ ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ରହିଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ଏହାଙ୍କ ବାବଦରେ ଅଧିକ ସୂଚନା ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଆବଶ୍ୟକ ସୂଚନା ସଂଗ୍ରହ ପାଇଁ ଉଦ୍ୟମ ଚାଲିଛି।

ଏଭଳିରେ ରାଜ୍ୟରେ ୯୦୦ ନମୁନା ପରୀକ୍ଷଣ କରାଯାଇଛି। ଗତକାଲି ତାହା ୬୧୦ଥିଲା। ଆଜି ଆରଏମ୍‌ଆରସିରେ ୨୨୬, ଏମ୍ସରେ ୫୩ ଏବଂ ଏସ୍‌ସିବିରେ ୧୧ଜଣ ନମୁନା ପରୀକ୍ଷଣ କରାଯାଇଛି।

Leave a Reply

Your email address will not be published.