#କୋଭିଡ୍-୧୯: ଭଦ୍ରକ ପୁରୁଣା ବଜାର ସିଲ୍

ଭୁବନେଶ୍ୱର (ଓଟି): ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏଥିସହ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହିକ୍ରମରେ ଭଦ୍ରକ ପୁରୁଣା ବଜାରକୁ ସିଲ୍‌ କରିଦିଆଯାଇଛି।

ସୂଚନା ଅନୁସାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକରେ ପ୍ରଶାସନ ନେଇଛି କଡ଼ା ପଦକ୍ଷେପ। ପୁରୁଣା ବଜାର ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରିଛି ପ୍ରଶାସନ ସମ୍ପୃକ୍ତ ଅଞ୍ଚଳରେ କେବଳ ଔଷଧ ଦୋକାନ ଖୋଲା ରହିବ। ସବୁଠାରୁ ଚକିତ କଲାଭଳି ଖବର ଅନୁସାରେ ଚତୁର୍ଥ ଆକ୍ରାନ୍ତଙ୍କ ଶରୀରରେ ନଥିଲା କୌଣସି ଲକ୍ଷଣ। କିନ୍ତୂ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ଚିନ୍ତା ବଢ଼ିଛି। ଏଥିସହ ବାହାରୁ ଆସୁଥିବା ସମସ୍ତଙ୍କ ଲୋକଙ୍କୁ ୧୪ ଦିନିଆ ଏକାନ୍ତବାସରେ ରହିବାକୁ ତାଗିଦ କରିଛି ସ୍ୱାସ୍ଥ୍ୟ ବିଭାଗ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଚିହ୍ନଟ ସମସ୍ତ ୩ କରୋନା ଆକ୍ରାନ୍ତ ଭୁବନେଶ୍ଵରର ହୋଇଥିବାବେଳେ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱର ବାହାରେ ରାଜ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହାଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *