କରୋନା ଅପ୍‌ଡେଟ୍‌: ବିଶ୍ଵରେ ସାଢ଼େ ସାତ ଲକ୍ଷ, ଭାରତରେ ୧୬୧୮; ଓଡ଼ିଶାରେ୪ କୋଭିଡ୍‌୧୯ ପ୍ରଭାବିତ

ଭୁବନେଶ୍ଵର, (ଓଟି): ବିଶ୍ଵରେ କରୋନା ତାଣ୍ଡବ ବଢ଼ିବାରେ ଲାଗିଛି। ଏଯାଏ କୌଣସି ଟୀକା, ଔଷଧ କରୋନା ପାଇଁ ପ୍ରସ୍ତୁତ ହୋଇ ପାରି ନାହିଁ। କେବଳ ନିଜକୁ ପୃଥକୀକରଣ ରଖିବାକୁ ସବୁଠାରୁ ବଡ଼ ଔଷଧ ବୋଲି ବିଚାର କରାଯାଇଛି । ଏହିକ୍ରମରେ ବିଶତ୍ଵର ପ୍ରତି କୋଣରେ ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ଵ ରକ୍ଷାକୁ ଗୁରୁତ୍ଵ ଦିଆଯାଉଛି।

ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ ସକାଳ ୭ଟା ୩୦ ସୁଦ୍ଧା ବିଶ୍ଵରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୭ଲକ୍ଷ୫୪ ହଜାର ୯୪୮। ସୋମବାର ଏହି ସଂଖ୍ୟା ୬ଲକ୍ଷ୯୭ ହଜାର ୨୪୭ ରହିଥିଲା। ଏବେ ୨୦୩ ଦେଶ କରୋନା ଦ୍ଵାରା ପ୍ରଭାବିତ ଏବଂ ଏହି ସଂକ୍ରମଣରେ ୩୬୫୭୧ଜଣଙ୍କର ମୃତ୍ୟୁ ଘଟିଛି।

ଏହି ମରଣାନ୍ତକ ଭୁତାଣୁ ସଂକ୍ରମଣ ଭାରତରେ ମଧ୍ୟ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଜନସଂଖ୍ୟାର ସାନ୍ଧ୍ୟତା ଅଧିକ ରହୁଥିବା ଆମ ଦେଶରେ ଲୋକଙ୍କ ଅସାବଧାନତା ଓ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ନିୟମକୁ ପାଳନ ନକରିବା ହେତୁ ସଂକ୍ରମଣ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। ଗଲା ୩ ଦିନ ଭିତରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪୦ ପ୍ରତିଶତ ବଢ଼ିଛି। ଏବେ ସମୁଦା୍ର ପଜିଟିଭ୍‌ଙ୍କ ସଂଖ୍ୟା ୧୬୧୮ ବୋଲି କୁହାଯାଇଛି। କେବଳ ଗତକାଲି ଏହା ୧୨ ୮୦ ରହିଥିଲା। ଦେଶରେ ମହାରାଷ୍ଟ୍ର ଏବଂ ତାମିଲ୍‌ନାଡ଼ୁରେ ସଂକ୍ରମଣ ଅଧିକ ରହିଛି। ମହାରାଷ୍ଟ୍ରରେ ସୋମବାରଦିନ ୫୭ ଏବଂ ତାମିଲ୍‌ନାଡ଼ୁରେ ୮୨ ନୂଆ ମାମଲା ସାମ୍ନକୁ ଆସିଛି। ଏହିଦୁଇ ରାଜ୍ୟରେ ସମୁଦାୟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୩୧୫ରେ ପହଞ୍ଚିଛି।

ମାର୍ଚ ପ୍ରଥମ ସପ୍ତାହରେ ଦିଲ୍ଲୀର ନିଜାମ୍ମୁଦ୍ଦିନ ଧର୍ମ ସଭାରେ ଲୋକଙ୍କ ସମାଗମ ଏବେ ଭାରତ ପାଇଁ ମୁଣ୍ଡବିନ୍ଧା ହୋଇଛି। ଦିଲ୍ଲୀର ନିଜାମ୍ମୁଦ୍ଦିନ ଏବଂ ଦିଲ୍‌ସାଦ୍‌ ଅଞ୍ଚଳରେ ୨୩ ନୂଆ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ପଜିଟିଭ୍‌ଙ୍କ ସଂଖ୍ୟା ୧୨୦ରେ ପହଞ୍ଚିଛି।

ଓଡ଼ିଶା ସ୍ଥିତି

ଓଡ଼ିଶାରେ ସମୁଦାୟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ମଙ୍ଗଳବାରଦିନ ଜଣେ ୨୯ ବର୍ଷୀୟ ଯୁବକଙ୍କ ଠାରେ କରୋନା ଭୁତାଣୁ ଚିହ୍ନଟ କରାଯାଇଚଇ। ସେ ଭଦ୍ରକ ଅଞ୍ଚଳର ବୋଲି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପ୍ରକାଶ କରିଛନ୍ତି। ସେ ନିକଟରେ ଦୁବାଇରୁ ଫେରିଥିଲେ। ଭଦ୍ରକ ଡାକ୍ତରଖାନାରୁ ତାଙ୍କୁ ତୁରନ୍ତୁ ଏସ୍‌ସିବି ସ୍ଥାନାନ୍ତର ପାଇଁ ସ୍ଵାସ୍ଥ୍ୟ ସଚିବ ଭଦ୍ରକ ଜିଲ୍ଲାପାଳଙ୍କୁ ଗତକାଲି ନିର୍ଦେଶ ଦେଇଥିଲେ। ଏବେ ନମୁନା ପରୀକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ୍‌ କଲେଜ୍‌ ଲାବ୍‌କୁ ମଧ୍ୟ ଚିହ୍ନଟ କରାଯାଇଛି।   ଏହି ତିନୋଟିଯାକ ଲ୍ୟାବ୍‌ରେ ସୋମବାର ସୁଦ୍ଧା ରାଜ୍ୟରେ ସମୁଦାୟ ୪୭୩ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା ବେଳେ ଆଜି ୧୩୭ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା କୁହାଯାଇଛି। ଏହି ୧୩୭ ସାମ୍ପଲ୍‌ରୁ ଆରଏମ୍‌ଆର୍‌ସିରେ ୧୧୯ଟି ସରମ୍ପଲ୍‌ ପରୀକ୍ଷା କରାଯାଇଥିଲା। ସମସ୍ତ ସମ୍ପଳ୍‌ ନେଗେଟିଭ୍‌ ଆସିଥିବା ବେଳେ ଏମ୍‌ସ୍‌ଠାରେ ହୋଇଥିବା ୧୫ଟି ସାମ୍ପଲ୍‌ରୁ ୧ଟି ପଜିଟିଭ୍‌ ଥିବା ସୂଚନା ମିଳିଛି।

 

Leave a Reply

Your email address will not be published.