ଲକ୍‌ଡାଉନ୍‌ କୋହଳ ପାଇଁ ସମୟ ଆସିନି

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ବିତ୍ପାତରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୩ ତାରିଖରୁ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ୨୯ ତାରିଖ ଯାଏ କାର୍ଯ୍ୟକାରୀ ହେବାକୁ ପଅଥମେ ସ୍ଥିର କରାଯାଇଥିଲା। ଏହାପରେ ପରେ କେନ୍ଦ୍ର ସରକାର ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କଲେ ଯାହା ଏପ୍ରିଲ୍‌ ୧୪ରେ ସରିବା ସମ୍ଭାବନା ରହିଛି। କେନ୍ଦ୍ର କ୍ୟାବିନେଟ୍‌ ସଚିବ ଲକ୍‌ଡାଉନ୍‌ ସମୟକୁ ସମ୍ପ୍ରସାରଣ କରାଯିବା ସମ୍ଭାବନା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି କହିଥିବା ବେଳେ ରାଜ୍ୟ ସରକାରଙ୍କ କୋଭିଡ୍‌୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ଲକ୍‌ଡାଉନ୍‌ କୋହଳ କରିବା ଲାଗି ସମୟ ଆସିନାହିଁ ବୋଲି କହିଛନ୍ତି।

ରାଜ୍ରରେ ଗଣମାଓଧ୍ୟମ ପ୍ରତିନିଧିମାନଙ୍କୁ ଭିଡିଓ କନ୍‌ଫରେନ୍ସୀଂରେ ବାର୍ତ୍ତା ପ୍ରଦାନ କରିବା ବେଳେ ଶ୍ରୀ ବାଗ୍‌ଚୀ କହିଛନ୍ତି, ସଂକ୍ରମଣର ଭୟ ଏବେ କମି ନାହିଁ। ସମ୍ପୂଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଥିବା ହେତୁ ଚୀନ୍‌ ଏହି ଭୁତାଣୁ ସମ୍ପ୍ରକଣକୁ ରୋକିପାରିଥିବାବେଳେ ଲକ୍‌ଡାଉନ୍‌ କୋହଳ ବା ଅନୁପାଳନ କରାଯାଇ ନଥିବାରୁ ଇଟାଲୀ ଏବଂ ଆମେରିକାରେ ସ୍ଥିତି ଜଟିଳ ହୋଇଛି। ଆମ ରାଜ୍ୟର ସହରଗୁଡ଼ିକରେ ସଂକ୍ରମଣ ଆଶଙ୍କା ଯଥେଷ୍ଟ ରହିଛି।  ଏଠାରେ ଲୋକ ସଂଖ୍ୟା ସାନ୍ଧ୍ରତା ନ୍ୟୁୟର୍କ ସହର ଭଳି। ଯେଉଁଠାରେ ଲକ୍‌ଡାଉନ୍‌ ନିୟମ ନଥିବା ହେତୁ ପରିସ୍ଥିତି ଦିନକୁ ଦିନ ଭୟାବହ ହୋଇଛି। ଆମ ରାଜ୍ୟରେ ସେଭଳି ପରିସ୍ଥିତି ନ ଆଣିବା ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ।

ସଚେତନତା, ସାମାଜିକ ସଙ୍ଗରୋଧ ହେତୁ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରେ ରହିଛି ବୋଲି ବାଗ୍‌ଚୀ କହିଛନ୍ତି। କିନ୍ତୁ ଅଣାୟତ ନିଆଁ ଭଳି ବ୍ୟାପୁଥିବା କରୋନା ଭୁତାଣୁକୁ ଆୟତ କରିବା ପାଇଁ ଲକ୍‌ଡାଉନ୍‌ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।

Leave a Reply

Your email address will not be published.