#କୋଭିଡ୍-୧୯: ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଛଟପଟ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଆତଙ୍କ ଲାଗି ଦେଶ ଲକ୍‌ଡାଉନ୍‌। ଯିଏ ଯୋଉଠି ଥିଲେ ସେଇଠି ଅଟକି ରହିଗଲେ। ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ଘରଠାରୁ ଦୂର କେଉଁ ରାଜ୍ୟରେ ଅବ୍ୟବସ୍ଥା ଓ ସମସ୍ୟା ଭିତରେ ରହି ଛଟପଟ ହେଉଛନ୍ତି ଅନେକ ଲୋକ। ଏହିକ୍ରମରେ ଓଡ଼ିଶାର ଦେଢ଼ଲକ୍ଷ ଲୋକ ବାହାରେ ଫସିରହିଥିବା ଜଣାପଡ଼ିଛି। ଗୃହ ସଚିବ ସଞ୍ଜୀବ ଚୋପ୍ରା ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରବାସୀ ଓଡ଼ିଆ ଓ ସେମାନଙ୍କ ସମସ୍ୟା ସମାଧାନ ସଂକ୍ରାନ୍ତରେ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସଚିବ ଶ୍ରୀ ଚୋପ୍ରା କହିଛନ୍ତି ଯେ ସମ୍ପ୍ରତି ଦେଢ଼ ଲକ୍ଷ ଓଡ଼ିଆ ବାହାରେ ଅଟକି ଯାଇଛନ୍ତି। ସେଥିମଧ୍ୟରୁ ୪୦ ହଜାର ଲୋକଙ୍କ ସହ ଯୋଗାଯୋଗ କରାଯାଇ ପାରିଛି। ସେହିପରି କଣ୍ଟ୍ରୋଲ ରୁମକୁ ୫ ହଜାର ୨୦୦ କଲ୍ ଆସିଛି। ଏଭଳି ସ୍ଥିତିରେ ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେହି ସ୍ଥାନ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଇ ସମସ୍ୟା ନହେବା ପ୍ରତି ଉଦ୍ୟମ କରାଯାଉଛି। ଏପରିକି ସବୁ ଲୋକଙ୍କ ପାଖରେ ଖାଦ୍ୟ ଓ ଆବଶ୍ୟକ ଔଷଧ ପହଞ୍ଚିବେ ନେଇ ଗୁରୁତ୍ଵ ଦିଆଯାଉଛି। ବିଶେଷକରି ଦେଶର ଗୁଜରାଟ, ଦିଲ୍ଲୀ ଏବଂ ଏନସିଆର୍ ଅଞ୍ଚଳରେ ସବୁଠାରୁ ଅଧିକ ଓଡ଼ିଆ ଫସିଥିବା ସୂଚନା ଦେଇଛନ୍ତି ସଚିବ ଶ୍ରୀ ଚୋପ୍ରା।

Leave a Reply

Your email address will not be published. Required fields are marked *