#କୋଭିଡ୍-୧୯: ରାଜଧାନୀରୁ ସହର ସାନିଟାଇଜେସନ୍ ଅଭିଯାନ ଆରମ୍ଭ
ଭୁବନେଶ୍ୱର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଅଭିଯାନ ଚଳାଇଛନ୍ତି। ଏହିକ୍ରମରେ ରାଜଧାନୀ ଭୁବନେଶ୍ଵର ମହାନଗରକୁ ସଂକ୍ରମଣମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆଜି ରାଜଧାନୀର କିଛି ଅଞ୍ଚଳରେ ଜୀବାଣୁମୁକ୍ତ ରାସାୟନିକ ସାମଗ୍ରୀ ସ୍ପ୍ରେ କରାଯାଇଛି।
ସୂଚନା ଅନୁସାରେ ସାରା ରାଜଧାନୀକୁ ଜୀବାଣୁମୁକ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ବାପୁଜୀନଗରର ଅଞ୍ଚଳକୁ ସାନିଟାଇଜ କରାଯାଇଛି। ରାଜମହଲ ଛକରୁ ଶିଶୁଭବନ ଛକ ମଧ୍ୟସ୍ଥ ରାସ୍ତା ଓ ଦୋକାନ ସଂଲଗ୍ନ ଅଞ୍ଚଳରେ ରାସାୟନିକ ପାଣି ସ୍ପ୍ରେ କରି ବିଶୋଧନ କରାଯାଇଛି। ଏଥିସହ ବାପୁଜୀନଗରର ସମସ୍ତ ଗଳିକନ୍ଦିରେ ରାସାୟନିକ ସ୍ପ୍ରେ କରାଯାଇଛି। ଅଗ୍ନିଶମ ବିମାନର ୧୫ ଜଣିଆ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି। ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ରୁଟ୍ରେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମହାମାରୀ କରୋନା ପାଇଁ ସ୍ଵଚ୍ଛ ଓ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି।