ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର(ଓଟି): କରୋନା ଭୂତାଣୁ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ତରଫରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି ।
କମ୍ପାନୀ ପକ୍ଷରୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ପିଏମ କେୟାର ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିବା ବ୍ୟତୀତ କୋଭିଡ-୧୯ ବିରୋଧ ଲଢେଇରେ ସହାୟତା ପାଇଁ କଂପାନି ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ସରକାରଙ୍କୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
କରୋନା ବିଶ୍ୱ ମହାମାରୀ ଲାଗି ସୃଷ୍ଟି ହୋଇଥିବା ଅଭାବନୀୟ ଆହ୍ୱାନଗୁଡ଼ିକ ବିରୋଧରେ ଦେଶ ଯେଭଳି ପ୍ରସ୍ତୁତ ରହିବ, ଖାଦ୍ୟ ଖାଇବ, ସୁରକ୍ଷିତ, ଯୋଗାଯୋଗରେ ସମ୍ପନ୍ନ ଏବଂ ଉତ୍ସାହିତ ରହିପାରିବ ସେଥିପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ଚବିଶ ଘଂଟିଆ, ବିବିଧ ରଣନୀତିରେ ପରିପୂର୍ଣ୍ଣ ଅନେକ କ୍ଷେତ୍ର ଭିତିକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି ।
କୋଭିଡ-୧୯ ବିରୋଧ ଲଢେଇ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତରଫରୁ ରିଲାଏନ୍ସ ପରିବାରକୁ ମୂତୟନ କରାଯାଇଛି । କଂପାନି ଓ ଏହାର ବିଭିନ୍ନ ଟିମ ଗ୍ରାମ, ସଡ଼କ ଓ ଗଳି, କ୍ଲିନିକ ଓ ହସ୍ପିଟାଲ, ଗ୍ରୋସରି ଓ ଖୁଚୁରା ଷ୍ଟୋରରେ ପହଂଚିଛନ୍ତି ଏବଂ ଦେଶକୁ ସେବା ପ୍ରଦାନ କରିବା ଲାଗି ଏହା ଅତିରିକ୍ତ ଦକ୍ଷତା ସୃଷ୍ଟି କରିବା ଉପରେ କାର୍ଯ୍ୟ କରୁଛି ।

Leave a Reply

Your email address will not be published. Required fields are marked *