ବଙ୍ଗୀୟ ଶ୍ରମିକଙ୍କୁ ସୀମାରେ ଛାଡ଼ିଲା ଓଡ଼ିଶା: ସୀମା ହେଲା ଲକ୍‌ଡାଉନ୍‌

ବାଲେଶ୍ଵର, (ମନୀଶ ରାଇମୋଙ୍ଗିଆ): ସୁନ୍ଦରଗଡ଼ରେ କାମ କରୁଥିବା ୩୬ ବଙ୍ଗୀୟ ଶ୍ରମିକଙ୍କୁ ବାଲେଶ୍ଵର ଜିଲ୍ଲାର ପଶ୍ଚିମବଙ୍ଗ ସୀମାରେ ଛାଡ଼ିଛି ଜିଲ୍ଲା ପ୍ରଶାସନ। କିନ୍ତୁ ପଶ୍ଚିମବଙ୍ଗ ପକ୍ଷରୁ ସେମାନଙ୍କୁ ନିଜ ରାଜ୍ୟରେ ପ୍ରବେଶ ଅନୁମତି ମିଳୁ ନଥିବାରୁ ସେମାନେ ଏବେ ପରତ୍ୟକ୍ତ ପ୍ରାୟ।  ଅପରପକ୍ଷେ  ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ ଓଡ଼ିଶା ପଶ୍ଚିମବଙ୍ଗର ସମସ୍ତ ଯାତାୟାତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଅର୍ଥାତ୍‌ ସୀମା ସିଲ୍‌ କରିଦିଆଯାଇ କଡ଼ା ପ୍ରହରା ଦିଆଯାଉଛି। ଏହାଦ୍ଵାରା ଏହି ୩୬ ଜଣଙ୍କ ଭବିଷ୍ୟତ ଏବେ ଅନ୍ଧକାର ହୋଇଛି।

ମିଳିଥିବା ଖବର ଅନୁସାରେ ବାଲେଶ୍ଵର ଜିଲ୍ଲା ଦୀଘା ସୀମାରେ ଏହି ଶ୍ରମିକମାନଙ୍କୁ ପଶ୍ଚିମବଙ୍ଗ ବଞ୍ଚିବା ପାଇଁ ଗତକାଲି ରାତିରେ ଛାଡ଼ି ଦିଆଯାଇଛି। କିନ୍ତୁ ଗତକାଲିଠାରୁ ସୀମା ସିଲ୍‌ ପାଇଁ ଆଦେଶ ଆସିଥିବାରୁ ଏବେ ଏହି ଶ୍ରମିକଙ୍କ ବେଡ଼ି ଉପରେ କୋରଡ଼ା ମାଡ଼ ହୋଇଛି।   ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଚନ୍ଦନେଶ୍ଵର ଜୁନିୟର କଲେଜରେ ଅସ୍ଥାୟୀ ଆଶ୍ରୟ ସହ ଖାଦ୍ୟ ପ୍ରଦାନ କରିଛନ୍ତି।  ଓଡ଼ିଶା ସରକାର ବାରମ୍ବାର ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ଅତିଥି ବୋଲି ଉଚ୍ଚାରଣ କରି ସେମାନଙ୍କ ମର୍ଯ୍ୟାଦା ରକ୍ଷା ପାଇଁ କହୁଥିଲେ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟ ଏବେ ଚକ୍ଷୁକଟୁ ହୋଇଛି।

ବାଉଁଶ ପୋତି ବାଲେଶ୍ଵର-ପଶ୍ଚିମବଙ୍ଗ ସୀମାକୁ ସିଲ୍‌ କରୁଛନ୍ତି ପୁଲିସ

ସରକାରଙ୍କ ନିର୍ଦେଶ ପରେ ବାଲେଶ୍ୱର-ବେଙ୍ଗଲ ର ସମସ୍ତ ସୀମା  ହୋଇଛି।। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି କେହି ସେପାଖରୁ ଏପାଖ ନ ଆସିବା ପାଇଁ ପ୍ରଶାସନ କଡ଼ା ପହରା  ଚାଲିଛି।  ପୁଲିସ ପକ୍ଷରୁ ଅସ୍ଥାୟୀ ବାରିକେଡ୍‌ ବନ୍ଧା ଯାଇ ଦୀଘା ଓ ବାଲେଶ୍ଵର ମଧ୍ୟରେ ଥିବା ଉଦୟପୁର ଅନ୍ତର୍ଗତ ବିଭିନ୍ନ ଗାଁ ରାସ୍ତା ଓ   ସୀମାନ୍ତ ରାସ୍ତାକୁ ସିଲ କରାଯାଇଛି।  ସେହିପରି ଗ୍ରାମାଞ୍ଚଳ ଦେଇ ବେଙ୍ଗଲ ଓଡିଶା ରାସ୍ତା ଦକ୍ଷିଣ ସୋରିଷ , ସହବାଜି ପୁର , ବାଜିତପୁର , ମୁଣ୍ଡା ବଣିଆ , ହାଡ଼ି ବାଡ଼ି ଛକ ଆଦି ଅଞ୍ଚଳକୁ ମଧ୍ୟ ବାଉଁଶ ପୋତି ପୋଲିସ ସିଲ କରିବା ସହିତ ସ୍ଥାନୀୟ ଲୋକଙ୍କୁ ସେପାଖରୁ କେହି ନ ଆସିବା ପ୍ରତି ନଜର ରଖିବାକୁ ନିବେଦନ କରିଛି ବୋଲି ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି।

ଚନ୍ଦନେଶ୍ଵର ଜୁନିୟର କଲେଜରେ ସୁନ୍ଦରଗଡ଼ରେ କାମ କରୁଥିବା ୩୬ ବଙ୍ଗୀୟ ଶ୍ରମିକ

ମିଳିଥିବା ସୂଚନା ଅନୁସାରେ  ଗତକାଲି ସୁନ୍ଦରଗଡ଼ରେ ଫଶିଥିବା 36 ଜଣ ଶ୍ରମିକ ସେମାନଙ୍କ ଘରକୁ ଯିବାକୁ ଚାହିଁଥିଲେ। ସେମାନେ ସମସ୍ତେ ବଙ୍ଗୀୟ ଶ୍ରମିକ ହୋଇଥିବାରୁ ସେମାନଙ୍କୁ ଦୀଘା ସୀମାରେ ପ୍ରଶାସନ ସହାୟତାରେ ଛଡ଼ା ଯାଇଥିଲା।  ହେଲେ ପଶ୍ଚିମବଙ୍ଗ ପ୍ରଶାସନ ସେମାନଙ୍କୁ ବେଙ୍ଗଲ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ଜିଲ୍ଲାପାଳଙ୍କ ସ୍ତରରେ ଆବଶ୍ୟକ ବାର୍ତ୍ତା କରିବା ପରେ ଯାଇ ସେମାନେ ସୀମାରେ ପ୍ରବେଶ ଅନୁମତି ଦେବେ ବୋଲି ଓଡ଼ିଶାରେ ଅସ୍ଥାୟୀ ଶିବିରରେ ଥିବା ଶ୍ରମିକମାନେ କହିଛନ୍ତି।   ଅପରପକ୍ଷେ ରାଜ୍ୟର ଫସିଥିବା ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ନିଲୁ ମହାପତ୍ର ।

ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ରେ ଅଟକ ଚାଲିଛି

ଗାଁ ଲୋକେ ଏହି ଶ୍ରମିକଙ୍କ ପ୍ରତି ସଚେତନ ଅଛନ୍ତି। ଓ  ପ୍ରଶାସନ ସହ ଆବଶ୍ୟକ ଯୋଗାଯୋଗରେ ରହିଛନ୍ତି ବୋଲି ସାହାବାଜିପୁର ସରପଞ୍ଚ ଅରୁଣ କୁମାର ଗିରି କହିଛନ୍ତି।

Leave a Reply

Your email address will not be published. Required fields are marked *