କୋଭିଡ୍-୧୯: ବନ୍ଦ ହେବ ଋକୁଣା ରଥ ଯାତ୍ରା
ଭୁବନେଶ୍ଵୀ, (ଓଟି): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଋକୁଣା ରଥଯାତ୍ରା ଏଥର ବନ୍ଦ ହେବ। କୋଭିଡ୍-୧୯ର ଭୟାବହତାକୁ ଆଖିରେ ରଖି ମନ୍ଦିର ପ୍ରଶଶସନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟୋର ଚଳନ୍ତି ଠାକୁରଙ୍କୁ ରଥ ପାଖକୁ ପାଲିଙ୍କିରେ ଆଣି ରଥ ଛୁଇଁ ଯାତ୍ରା ପମ୍ପନ୍ନ କରିବାକୁ ସ୍ଥିର କରାଯାଇଥିଲା ହେଲେ ଶେଷ ମୁହୂର୍ତ୍ତରେ ତାହା ମଧ୍ୟ ବନ୍ଦ ହୋଇଥିବା ଜଣାପଡ଼ିଛି।
ଏପ୍ରିଲ୍-୧ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଆନ୍ତା। ଏଥିଲାଗି ରଥ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। କିନ୍ତୁ ରଥଯାତ୍ରା ବାତିଲ୍ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି।
ଋକୁଣାରଥକୁ ପାପବିନାଶିନୀ ଯାତ୍ରା ଭାବେ ପରିଚିତ। ଏଥିରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ସହ ଗୋପାଳିନୀ ( ପାର୍ବତୀ), କୁମାର ଏବଂ ନନ୍ଦିକେଶ୍ଵରଙ୍କୁ ରଥରେ ରାମେଶ୍ଵରଙ୍କ ମନ୍ଦିର ଯାଏ ନିଆଯାଇଥାଏ ପ୍ରାୟ ସପ୍ତାହେ ଧରି ଏହି ରଥଯାତ୍ରା ଜାରି ରହେ। ଯେଉଁଠାରେ ଭୁବନେଶ୍ଵରର ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇଥାଆନ୍ତି। ପଞ୍ଚମ ଦିନରେ ବାହୁଡ଼ାଯାତ୍ରା ହୋଇଥାଏ।
ଚଳିତବର୍ଷ ସାଧାରଣତନ୍ତୟ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଋକୁଣାରଥ ପ୍ରଜ୍ଞାପନ ମେଢ଼ ଆକାରରେ ଦେଶ ବାସୀଙ୍କୁ ପ୍ରଦର୍ଶନ କରାଯାଇଥିଲା।