#ଲକ୍ଡାଉନ୍: ବଢ଼ିବ ପ୍ରିପେଡ୍ ପ୍ଲାନ୍ ବୈଧତା!
ଭୁବନଶ୍ଵେର (ଓଟି): ମହାମାରୀ କରୋନା ମୁକାବିଲା ପାଇଁ ପ୍ରତିଟି କ୍ଷେତ୍ରକୁ ସଜାଗ କରାଯାଇଛି। ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିବାବେଳେ ଆଉକେତେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଅଣାଯାଇଛି। ଏହିକ୍ରମରେ ପ୍ରିପେଡ୍ ପ୍ଲାନ୍ଗୁଡ଼ିକର ପ୍ଲାନ୍ ବୈଧତା ବୃଦ୍ଧି ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁସାରେ ଦେଶ ଲକ୍ଡାଉନ୍ରେ ରହିଛି। ଏଥିସହ କରୋନା ସଂକ୍ରମଣ ଭୟ କାରଣରୁ ସମସ୍ତଙ୍କୁ ଜରୁରୀ କାମ ବାଦ୍ ଦେଲେ ଘରୁ ବାହରିବାକୁ ମନା କରାଯାଉଛି। ଫଳରେ ଲୋକଙ୍କ ଇଣ୍ଟରନେଟ୍ ଓ ଟେଲି କଲ୍ ନିର୍ଭରତା ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଟେଲିକମ୍ କମ୍ପାନୀ ପ୍ରିପେଡ୍ ପ୍ଲାନ୍ ଗୁଡିକର ବୈଧତା ବୃଦ୍ଧି କରିବାକୁ ଟେଲିକମ୍ ରେଗୁଲେଟର ଅଫ୍ ଇଣ୍ଡିଆ (TRAI) କହିଥିବା ଜଣାପଡ଼ିଛି । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ୍, ଆଇଡିଆ ଏବଂ ବିଏସ୍ଏନ୍ଏଲକୁ ସେମାନଙ୍କ ପ୍ରିପେଡ୍ ଗ୍ରାହକଙ୍କ ବୈଧତା ବୃଦ୍ଧି କରିବାକୁ ଟ୍ରାଇ କହିଛି । ପ୍ରିପେଡ୍ ଯୋଜନାର ବୈଧତା ବୃଦ୍ଧି ହେଲେ ଗ୍ରାହକମାନେ ଲକ୍ଡାଉନ୍ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଏହା ବ୍ୟତୀତ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ବିନା ବାଧାରେ ସେବା ଯୋଗାଇବା ପାଇଁ ଟେଲିକମ କମ୍ପାନୀମାନଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ସେନେଇ ଟ୍ରାଇ କମ୍ପାନୀମାନଙ୍କୁ ସୂଚନା ମାଗିଛି।
ତେବେ ଅଦ୍ୟାବଧି ଏନେଇ କୌଣସି ଟେଲିକମ୍ କମ୍ପାନୀ ପ୍ଲାନ୍ ବୃଦ୍ଧି ସମ୍ପର୍କରେ ଘୋଷଣା କରିନାହାନ୍ତି।