#ଲକ୍ଡାଉନ: ବଢ଼ିବନି ଅବଧି
ଭୁବନେଶ୍ୱର (ଓଟି): ମହାମାରୀ କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ସରକାର ଦେଶକୁ ୨୧ଦିନିଆ ଲକ୍ଡାଉନ୍ରେ ରଖିଛନ୍ତି। ତେବେ ଏଭଳି ତାଲାବନ୍ଦ ଅବଧି ଆଗକୁ ବଢ଼ିବନି। ଏହାକୁ ଖାରଜ କରିଛନ୍ତି ସରକାର। ଏଥିସହ ପୂର୍ବରୁ ଲକ୍ଡାଉନ ଅବଧି ବଢ଼ିବାନେଇ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କରିଛନ୍ତି ସରକାର।
ସୂଚନା ଅନୁଯାୟୀ କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌୱା କହିଛନ୍ତି ଯେ ଲକ୍ଡାଉନ ଅବଧି ବଢ଼ିବା ନେଇ କୌଣସି ଯୋଜନା ନାହିଁ। କରୋନା ସତର୍କତା ପାଇଁ ୨୧ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହି ଅନୁସାରେ ଏପ୍ରିଲ ୧୪ରେ ଅବଧି ଶେଷ ହେଉଛି। କିନ୍ତୁ ଏହାପରେ ଲକ୍ ଡାଉନ ଅବଧି ପୁଣି ବଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏଭଳି କୌଣସି ଯୋଜନା ନଥିବା ରାଜୀବ ଗୌୱା ସ୍ପଷ୍ଟ କରିଛନ୍ତି।