ସେନାକୁ ସଂକ୍ରମିତ ହେଲା #କୋଭିଡ୍-୧୯

ନୂଆଦିଲ୍ଲୀ (ଓଟି): କାୟା ବିତାଇ ଚାଲିଛି କରୋନା। ସମ୍ପ୍ରତି ଏହି ମହାମାରୀ ଭୂତାଣୁ ଭାରତୀୟ ସେନାବାହିନୀକୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଫଳରେ ଆତଙ୍କ ବଢ଼ି ଯାଇଛି।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲକାତା ଆର୍ମି କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ଣ୍ଣେଲ ପଦବୀର ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ଟେଷ୍ଟ ରିପୋର୍ଟ ପଜେଟିଭ ମିଳିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ଏଥିସହ   ତାଙ୍କ ଅନ୍ୟ ସହକର୍ମୀଙ୍କ ଲାଗି ମଧ୍ୟ ସାବଧାନତା ଅବଲମ୍ବନ କରାଯାଇଛି।

ଏହା ପୂର୍ବରୁ ବିଏସଏଫ୍‌ର ଜଣେ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ସମ୍ପୃକ୍ତ ଅଧିକାରୀ ଜଣଙ୍କ ଗ୍ୱାଲିୟର-ଟକନପୁର ଅଞ୍ଚଳରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ଅବସ୍ଥାପିତ ଥିଲେ। ତାଙ୍କ ପରିବାରର କେହି ସଦସ୍ୟ ନିକଟରେ ବ୍ରିଟେନରୁ ଫେରିଥିଲେ। ଫଳରେ ତାଙ୍କଠାରୁ ଅଧିକାରୀ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ସମ୍ପୃକ୍ତ ଅଧିକାରୀଙ୍କୁ ହସ୍ପିଟାଲରେ ଆଇସୋଲେସନ କରାଯାଇଥିବାବେଳେ ସମ୍ପର୍କରେ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୃଥକ କରାଯାଇଛି। ସେହିପରି ସିଆଇଏସଏଫର ଜଣେ ହେଡ୍ କନଷ୍ଟେବଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁତୟନ ଥିଲେ। ତାଙ୍କୁ ଏକ ଆଇସୋଲେସନରେ ରଖାଯାଇଛି।

Leave a Reply

Your email address will not be published. Required fields are marked *