#covid19: ଘରଭଡ଼ା ଛାଡ଼ କରିବାକୁ ନିର୍ଦ୍ଦେଶ

ନୋଏଡା(ଓଟି): ମହାମାରୀ କରୋନା ମାଡ଼ି ଚାଲିଛି। ସାରାଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଏଭଳି ବିପତ୍ତି ସ୍ଥିତିରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ମାସକର ଘରଭଡ଼ା ଛାଡ଼ କରିବାକୁ ଆଦେଶ ହୋଇଛି। ତେବେ ଏହି ଆଦେଶ ନୋଏଡା ପାଇଁ ଦେଇଛନ୍ତି ସେଠାକାର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌।

ଆଦେଶ ଅନୁସାରେ ଭଡ଼ାଟିଆଙ୍କ ଠାରୁ ଏକ ମାସର ଘରଭଡ଼ା ଆଦାୟ କରିବନେି ଘର ମାଲିକ। ଯେଉଁମାନେ ଜବରଦସ୍ତ ଆଦାୟ କରିବେ, ସେମାନଙ୍କୁ ଦଣ୍ଡ ଦିଆଯିବ। ଏପରିକି ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ଜୋରିମାନା କରାଯିବ ବୋଲି କୁହାଯାଇଛି। ଗୌତମ ବୁଦ୍ଧନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ବିଏନ୍ ସିଂ କହିଛନ୍ତି ଯେ, କରୋନା  ସଙ୍କଟକୁ ନେଇ ସମସ୍ତେ ଏକାଠି ହୋଇ ଲଢ଼େଇ କରିବା। ତେଣୁ ନିୟମ ମାନିବା ସହ ଆଦେଶ ପାଳନ କରିବାକୁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ନୋଏଡାରେ ଏପର୍ଯ୍ୟନ୍ତ ପ୍ରାୟ ୧୪ଟି କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published.