#କୋଭିଡ୍-୧୯: ରବିବାର ଘଣ୍ଟାଏ ବନ୍ଦ ରହିବ ‘୧୦୪’
ଭୁବନେଶ୍ୱର(ଓଟି): ଲକ୍ଡାଉନ୍ ପାଇଁ ସରକାର ନେଇଥିବା ଅନେକ ପଦକ୍ଷେପ ମଧ୍ୟରେ ହେଲ୍ପ ଲାଇନ୍ ସବୁଠୁ ଗୁରୁତ୍ଵପୂର୍ଣ୍ଣ। ସେଥିପାଇଁ ରାଜ୍ୟ ସରକାର ‘୧୦୪’ ନମ୍ବର ଜାରି କରିଛନ୍ତି। ତେବେ ମହାମାରୀ ସଂକଟକୁ ନେଇ ଏହି ନମ୍ବରକୁ ଅଧିକ କଲ୍ ଆସୁଥିବାରୁ ଏହାର କ୍ଷମତା ବୃଦ୍ଧି କରାଯିବାକୁ ଉଦ୍ୟମ କରାଯାଉଛି। ଏଥିପାଇଁ ବୈଷୟିକ ଉନ୍ନତି କରାଯିବ। ଖାସ୍ ସେହିକାରଣରୁ ରବିବାର ଘଣ୍ଟାଏ ସେବା ଉପଲବ୍ଧ ହୋଇପାରିବ ନାହିଁ।
ସୂଚନା ଅନୁସାରେ ରବିବାର ସକାଳ ୬ଟାରୁ ୭ଟା ଯାଏଁ କରୋନା ହେଲ୍ପଲାଇନ ନମ୍ବର ୧୦୪ କାର୍ଯ୍ୟକ୍ଷମ ହେବନାହିଁ। ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ବୈଷୟିକ ଅପ୍-ଗ୍ରେଡେସନ କାରଣରୁ ଏବଂ ୧୦୪ କଲ୍ ସେଣ୍ଟରର ବୃଦ୍ଧି କ୍ଷମତାକୁ ନିଆଯିବା ନେଇ ଘଣ୍ଟାଏ ବନ୍ଦ ରହିବ ହେଲ୍ପଲାଇନ ନମ୍ବର। ସମ୍ପ୍ରତି କରୋନା ସମ୍ପର୍କିତ ସୂଚନା ପାଇଁ ୧୦୪ ହେଲ୍ପ ନମ୍ବରକୁ ଆସୁଥିବା କଲ୍ ପୂର୍ବ ଅପେକ୍ଷା ଢେର୍ ବୃଦ୍ଧି ପାଇଛି ଏବଂ ସେଥିପାଇଁ ଅପଗ୍ରେଡେସନ ଜରୁରୀ ହୋଇପଡ଼ିଛି। яндекс