୬୫ ହଜାର ରାସ୍ତାକଡ଼ ବିକାଳୀଙ୍କୁ ୩ ହଜାର ଟଙ୍କା, ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ
ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ପୌରାଞ୍ଚଳରେ ପଞ୍ଜିକୃତ ରାସ୍ତାକଡ଼ ବୁଲା ବିକାଳୀଙ୍କ ଲାଗି କରୋନା ଲକ୍ଡାଉନ୍ ସହାୟତା ଘୋଷଣା କରିଛନ୍ତି। ସେମାନଙ୍କୁ ଘରେ ନିରାପଦ ରହିବାକୁ ପ୍ରୋତ୍ସାହିତ କରିବା ଲାଗି ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି। ଏହା ସହ ଗରିବ ଲୋକଙ୍କ ଲାଗି ଦୁଇବେଳା ରନ୍ଧା ଖାଦ୍ୟ ଯୋଗାଇବାକୁ ପଞ୍ଚା୍ରତ ଓ ମ୍ୟୁନିସିପାଲିଟିକୁ ଆଦେଶ ଦେଇଛନ୍ତି।
ଏକ ପ୍ରେସ୍ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତକାଲି ମୁଁ ଗରିବ ଲୋକଙ୍କ ପାଇ: ତିନିମାସର ରାସନ୍, ୪ ମାସର ଭତ୍ତା ସହିତ ଅନ୍ୟ ସହାୟତା ଘେଶଷଣା କରିଥିଲି। ଆଜି ମୁଁ ଘୋଷଣା କରୁଛି ଯେ, ପ୍ରତି ପଞ୍ଚାୟତ ଶହେରୁ ଦୁଇଶହ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ଏସ୍ଏଚ୍ଜି ଜରିାରେ ଏହି ଖାଦ୍ୟ ବଣ୍ଟନ କରାଯିବ। ଲୋକେ ଚାହିଁଲେ ଏହି ଖଶଦୃ ସେମାନଙ୍କ ଘରକୁ ନେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ଖାଦ୍ୟ ବଣ୍ଟନ ଯୋଜାରେ ପ୍ରତିଦିନ ୧୦ ଲକ୍ଷ ଗରିବ ଓ ନିରାଶ୍ରୟଙ୍କୁ ଟାର୍ଗେଟ୍ କରାଯାଇଛି। ତାଲବନ୍ଦୀ ସମୟରେ ଯେମିତି କେହି ଖାଇବାରୁ ବଞ୍ଚିତ ହେବ ନାହିଁ ସେଥିଲାଗି ଧ୍ୟାନ ଦେଇ ଏହି ଯୋଜନା ଘୋଷଣା କରାଯାଇଛି। ମହିଳା ଏସ୍ଏଚ୍ଜିମାନେ ଏହି ଯୋଜନା ପରିଚାଳନା କରିବେ।
ସେହିପରି ରାସ୍ତାକଡ଼ ଦୋକାନୀଙ୍କ ଲାଗି ଯେଉଁ ଆର୍ଥିକ ସହାୟତା ଘୋଷଣା କରାଯାଇଛଇ ସେଥିରେ ୬୫ ହଜାର ଦୋକାନୀ ଉକପୃତ ହେବେ ବୋଲି ସୂଚନା ଦିଆଯାଇଛି।